କାଳିଆ ହୁଣ୍ଡିରୁ ଦାନ ଅର୍ଥ ଚୋରି ଅଭିଯୋଗ ! ଶ୍ରୀମନ୍ଦିର ନୀତି ପ୍ରଶାସକ କହିଲେ, ଘଟଣାରେ ଯଦି ସତ୍ୟତା ଥାଏ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

29

କନକ ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ଦାନ ଅର୍ଥ ଚୋରି । ଦାନ ଅର୍ଥ ଗଣତି ସମୟରେ ଟଙ୍କା ଚୋରି ହୋଇଥିବା ସେବାୟତ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ସିସଟିଭି ଫୁଟେଜ ଯାଚଂ କରାଯିବା ସହ  ଗଣତିରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ନୀତି ପ୍ରଶାସକ କହିଛନ୍ତି  । ଏପରିକି ଯଦି ଘଟଣାର ସତ୍ୟତା ଥାଏ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ନୀତି ପ୍ରଶାସକ ପ୍ରଦୀପ ଦାସ କହିଛନ୍ତି ।

ଉଲ୍ଲେଖ ଥାଉ କି, ଗତ କାଲି ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଗଣତି ଚାଲିଥିଲା ସମୟରେ ଜଣେ କର୍ମଚାରୀ ହୁଣ୍ଡିରୁ ଟଙ୍କା ଚୋରି କରି ନେଇଥିବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ସେ ଧରିଥିବା ଟଙ୍କାକୁ ପୁଣିଥରେ ହୁଣ୍ଡିରେ ପକାଇ ଦେଇଥିଲେ । ତେବେ ସେ ସମସ୍ତ ଟଙ୍କା ହୁଣ୍ଡିରେ ନପକାଇ ପାଖାପାଖି ୨୨,୦୦୦ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ସିସିଟିଭି କ୍ୟାମେରା ଯାଞ୍ଚ କରାଯିବା ସହିତ ଏହି ଚୋରି ଘଟଣାର ତଦନ୍ତ ପାଇଁ ମନ୍ଦିର ଆଇଟି ମୁଖ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।  ଅଭିଯୁକ୍ତ ଜଣକ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାପଡ଼ିଛି ।