ନବରଙ୍ଗପୁର: ନିଜ କଂପାନୀରେ ଚୋରି କରି ଗିରଫ ହେଲେ ଶାଖା ପରିଚାଳକ ସହ ତିନି କର୍ମଚାରୀ

30

କନକ ବ୍ୟୁରୋ: ନିଜ କଂପାନୀରେ ଚୋରି କରି ଗିରଫ ହେଲେ ଶାଖା ପରିଚାଳକ ସହ ତିନି କର୍ମଚାରୀ । ଏପରି ଏକ ନାଟକୀୟ ଚୋରିର ପର୍ଦ୍ଦାଫାସ କରିିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ । ଏଲ୍ ଆଣ୍ଡ ଟି କଂପାନୀର ଶାଖା ପରିଚାଳକ ଗତ ୫ତାରିଖରେ ଉମରକୋଟ ଥାନାରେ ଚୋରି ଅଭିଯୋଗ କରିଥିଲେ । କେହି ଦୁର୍ବୃତ୍ତ କଂପାନୀର ଲକର ଭାଙ୍ଗି ୭ଲକ୍ଷ ୧୦ହଜାର ୫ଶହ ଟଙ୍କା ଚୋରି କରିଥିବା ସେ ଏତଲାରେ ଦର୍ଶାଇଥିଲେ ।

ଉମରକୋଟ ପୁଲିସ୍ ଅଭିଯୋଗ ପାଇ ସାଇନଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହାୟତାରେ ଖୋଳତାଡ଼ ଆରମ୍ଭ କରିଥିଲା । ତଦନ୍ତ ପରେ ସନ୍ଦେହରେ ଶାଖା ପରିଚାଳକ ଶ୍ରୀକାନ୍ତ ସାହୁ ଓ କ୍ଷେତ୍ର ପରିଚାଳକ କୁମୁଦ ବିଷୋୟୀଙ୍କୁ ଅଟକ ରଖି ପଚରା ଉଚରା କରିଥିଲା ପୁଲିସ୍ । ପୁଲିସ୍ ପାଖରେ ସତ ମାନିଯାଇଛନ୍ତି ଉଭୟ । ଏବଂ ଦୁହେଁ ଚୋରି କରିଥିବା ସ୍ୱୀକାର କରିଛନ୍ତି । ପରେ ଚୋରି ଘଟଣାରେ ସହାୟତା କରିଥିବା ଅନ୍ୟତମ ଅଭିଯୁକ୍ତକୁ ମଧ୍ୟ ପୁଲିସ୍ ଗିରଫ କରିଛି ।

ଗିରଫ ତିନି ଅଭିଯୁକ୍ତଙ୍କ ପାଖରୁ ୩ଲକ୍ଷ ୭୦ ହଜାର ୨୯୦ ଟଙ୍କା ଜବତ କରିଛି ପୁଲିସ୍ । ତେବେ ନିଜେ କଂପାନୀରୁ ଚୋରି କରି ଶାଖା ପରିଚାଳକ, ପୁଲିସରେ ଯାଇ ଚୋରି ହୋଇଯାଇଥିବା ଅଭିଯୋଗ କରିଥିଲେ ।