ରାଜଧାନୀରେ ରାହାଜାନି: ମର୍ଣ୍ଣିଂୱାକ ବେଳେ ଆକ୍ରମଣ କରି ସୁନା ଚେନ ଓ ମୋବାଇଲ ଲୁଟିଲେ ଦୁର୍ବୃତ୍ତ

23

କନକ ବ୍ୟୁରୋ: ସକାଳୁ ସକାଳୁ ରାଜଧାନୀରେ ରାହାଜାନି । ମର୍ଣ୍ଣିଂୱାକ କରୁଥିବା ବେଳେ ଆକ୍ରମଣ କରି ଲୁଟି ନେଲେ ଦୁର୍ବୃତ୍ତ । ୪ ଜଣ ବ୍ୟକ୍ତି କଟକ-ପୁରୀ ରାସ୍ତା ଲିଙ୍ଗିପୁର ଛକ ନିକଟରେ ମର୍ଣ୍ଣିଂୱାକ କରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ୪ ଜଣ ଦୃର୍ବୃତ୍ତ ବ୍ଲାକ ଆପାଚିରେ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଚେନ, ସୁନା ମୁଦି, ଟଙ୍କା ଓ ମୋବାଇଲ ଛଡାଇ ନେଇଛନ୍ତି ।

ଆଜି ସକାଳ ୬ଟାରେ ଏହି ଲୁଟତରାଜ ହୋଇଛି । ଲିଙ୍ଗିପୁରର ପ୍ରଭାସ ସାହୁ, ଶିଶୁପାଳଗଡର ସ୍ମୃତି ରଂଜନ ମିଶ୍ର, ସାମନ୍ତରାପୁରର ନିହାର ରଂଜନ ଛୁଆଳିସିଂ ମର୍ଣ୍ଣିଂୱାକ କରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏନେଇ ଧଉଳି ଥାନାରେ ଏତଲା ଦିଆଯାଇଛି । ଧଉଳି ଥାନା ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –