ଅନୁଗୁଳର ପରଙ୍ଗ ପେଟ୍ରୋଲ ପମ୍ପରୁ ଲୁଟ୍ ! ଗୁଳିମାଡ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ

22

କନକ ବ୍ୟୁରୋ : ଅନୁଗୁଳ ନିଶା ଥାନା ପରଙ୍ଗ ପେଟ୍ରୋଲ ପମ୍ପରେ ବନ୍ଧୁକ ମୁନରେ ଲୁଟ୍ । ଗୁଳିମାଡ କରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ । ଗୁଳିମାଡରେ ପେଟ୍ରୋଲ ପମ୍ପର ମ୍ୟାନେଜର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମ୍ୟାନେଜରଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ତେବେ ରାତି ପ୍ରାୟ ୯ଟାରେ ଦୁର୍ବୃତମାନେ ବାଇକରେ ଆସି ଗୁଳିମାଡ କରି ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତିି । ଦୁବୃର୍ତମାନେ ମୁଖାପିନ୍ଧି ଆସିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।