ଖୋର୍ଦ୍ଧା : ଫାଙ୍କା ଗୁଳି ଚାଳନା କରି ଦଂପତିଙ୍କ ଠାରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ମରଣାନ୍ତକ ଆକ୍ରମଣରେ ମହିଳା ମୃତ

35

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଭାବନୀୟ ଘଟଣା । ସରଳ ସିଂ ରେଲୱେ ଗେଟ୍ ନିକଟରେ ଫାଙ୍କା ଗୁଳି ଚାଳନା କରି ଦଂପତିଙ୍କ ଠାରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ନିଜ ପୁଅର ବାହାଘର ପାଇଁ ଦଂପତି ବାଲୁଗାଁ ଶୁଭମ ଜ୍ୱେଲରୁରୀ ଅଲଙ୍କାର କିଣି ନିଜ ଘର ନାଚୁଣୀକୁ ବାଇକରେ ଯାଉଥିଲେ । ତେବେ ରେଲୱେ ଗେଟ ପାଖରେ ଏକ ପଲସର ବାଇକରେ ଆସି ୨ ଜଣ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ ଦଂପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଅଳଙ୍କାର ଲୁଟିନେଇ ଫେରାର ହୋଇ ଯାଇଛନ୍ତି । ଗୁରୁତର ଅବସ୍ଥାରେ ଦଂପତିଙ୍କୁ ଉଦ୍ଧାର କରି ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମହିଳାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଏହି ଲୁଟ ଘଟଣା ଏବେ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।