ଗବେଷଣାରୁ ଜଣାପଡିଲା ଜୀବଜନ୍ତୁଙ୍କ ପିଲାଙ୍କ ଫଟୋ ଦେଖିଲେ କମ୍ ହୋଇପାରେ ଆମିଷ ଖାଇବା ଇଚ୍ଛା : ଜାଣନ୍ତୁ କାହା ଉପରେ ପଡିବ ଅଧିକ ପ୍ରଭାବ- ମହିଳା ନା ପୁରୁଷ ?

114

ପଶୁଙ୍କ ପିଲାଙ୍କ ଫଟୋ ଦେଖିଲେ ଲୋକଙ୍କ ଆମିଷ ଖାଇବା ଇଚ୍ଛା କମ୍ ହୋଇଥାଏ । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ପୁରୁଷଙ୍କ ମୁକାବିଲାରେ ମହିଳାଙ୍କ ଉପରେ ଏମିତି ଫଟୋର ଅଧିକ ପ୍ରଭାବ ପଡିଥାଏ । ପଶୁ ଅଧିକାର ସମୂହ ଅଧିକାଂଶ ସମୟରେ ବାଛୁରୀଙ୍କ ଫଟୋର ବ୍ୟବହାର କରନ୍ତି, କିନ୍ତୁ ଏହି ତଥ୍ୟର ଅଧିକ ପ୍ରମାଣ ନଥିଲା କି ତାଙ୍କ ଅଭିଯାନ ଉପରେ ଏହାର କ’ଣ ପ୍ରଭାବ ପଡେ । ବିଟ୍ରେନର ଲଙ୍କାଷ୍ଟର ବିଶ୍ୱବିଦ୍ୟାଳୟ ଓ ୟୁନିଭର୍ସିଟି କଲେଜ ଲଣ୍ଡନର ମନୋଚିକିତ୍ସକ ମହିଳା ତଥା ପୁରୁଷଙ୍କୁ ବାଛୁରୀ, କଙ୍ଗାରୁ ଛୁଆ, ବାରାହ ଛୁଆର ଫଟୋ ଦେଖାଇ ଯାଂଚ କଲେ କି ଏହାଦ୍ୱାରା କ’ଣ ମାଂସ ଖାଇବା ଇଚ୍ଛା ଉପରେ କୈାଣସି ପ୍ରଭାବ ପଡୁଛି ।

ଗବେଷକମାନେ କହିଲେ, “ଆମେ ପାଇଲୁ କି ପୁରୁଷ ଓ ମହିଳା ଉଭୟ ପଶୁଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କ ପ୍ରତି ସ୍ନେହ ଭାବ ବି ଆସିଥାଏ ।” ପୁରୁଷ ଓ ମହିଳାଙ୍କ ଠାରେ ଏହି ସକାରାତ୍ମକ ଭାବନା ଭିନ୍ନ ଭିନ୍ନ ପ୍ରକାରରେ ଆସିଲା । ମହିଳାଙ୍କ ମୁକାବିଲାରେ ପୁରୁଷଙ୍କ ମାସଂ ଆହାର ଇଚ୍ଛା ଉପରେ କମ୍ ପ୍ରଭାବ ପଡିଲା ।

ମହିଳାଙ୍କ ଠାରେ ପିଲାଙ୍କ ପ୍ରତି ଭାବନାତ୍ମକ ଆତ୍ମୀୟତା ଅଧିକ ଥାଏ ଓ ଫଟୋ ଦେଖିଲେ ପଶୁଙ୍କ ପିଲାଙ୍କ ପ୍ରତି ବି ସହାନୁଭୂତି ସୃଷ୍ଟି ହୋଇଥାଏ । ଏମିତିରେ ମାଂସ ଖାଇବା ଇଚ୍ଛା କମ୍ ହୋଇଯାଇଥାଏ । ବେଳେବେଳେ ଏହି ଇଚ୍ଛା ଏତେ ପ୍ରବଳ ହୋଇଯାଏ ଯେ, ଲୋକମାନେ ଆମିଷ ଖାଇବା ହିଁ ଛାଡି ଦିଅନ୍ତି ।