ଏଫଡି ଦେଶର ସବୁଠାରୁ ସୁରକ୍ଷିତ ନିବେଶ ହୋଇପାରିବ, ଯଦି ଫିକ୍ସ ଡିପୋଜିଟ(ଏଫଡି) କରିବା ପୂର୍ବରୁ ପଢ଼ି ନେବେ ଏହି ନିୟମ

42

ଆଜିକାଲି ଲୋକ ସେୟାର ବଜାର, ମ୍ୟୁଚୁଅଲ ଫଣ୍ଡ, ବଣ୍ଡସ ବା ଗୋଲ୍ଡରେ ନିବେଶ କରନ୍ତି । ଏହାପରେ ବି ଲୋକଙ୍କ ଫିକ୍ସ ଡିପୋଜିଟ ପ୍ରତି ବିଶ୍ୱାସ କମିନି । ଆଜି ବି ଦେଶରେ ସବୁଠାରୁ ସୁରକ୍ଷିତ ନିବେଶ ଫିକ୍ସ ଡିପୋଜିଟକୁ ମାନନ୍ତି । କମ ସମୟ ସୀମା, ଭଲ ରିର୍ଟନ ଓ ଭଲ ସୁଧହାର କାରଣରୁ ଫିକ୍ସ ଡିପୋଜିଟ ଲୋକଙ୍କ ଠାରେ ବେଶି ଆଦୃତ । ଫିକ୍ସ ଡିପୋଜିଟରେ ମ୍ୟୁଚୁଆଲ ଫଣ୍ଡ ଭଳି ରିର୍ଟନ ମିଳୁନି, ତଥାପି ବି ଏଫଡି ସବୁଠାରୁ ସୁରକ୍ଷିତ ବିକଳ୍ପ ରୂପେ ଲୋକଙ୍କ ବିଶ୍ୱାସ ଜିଣି ପାରିଛି । ନୂଆ ପିଢ଼ିରେ ଏଫଡିକୁ ନେଇ ଅନେକ ସନ୍ଦେହ ଅଛି, ଯେପରିକି ଏଫଡିର ସୁବିଧା କେବଳ ବ୍ୟାଙ୍କରେ ହିଁ ଅଛି, କଣ ଏଫଡିର ସୁଧ ଉପରେ ଟ୍ୟାକ୍ସ ଲାଗେ ଇତ୍ୟାଦି । ତେବେ ଆସନ୍ତୁ ଜାଣିବା ସବୁ ସନ୍ଦେହର ସମାଧାନ ।

ଏଫଡିର ସୁବିଧା : ଏଫଡିକୁ ନେଇ ଏକ ବଡ ସନ୍ଦେହ ଅଛି ଯେ, ଏହି ସୁବିଧା କେବଳ ରାଷ୍ଟ୍ରୀୟକୃତ ବ୍ୟାଙ୍କ, ପ୍ରାଇଭେଟ ସେକ୍ଟରର ବ୍ୟାଙ୍କ କିମ୍ବା ଏନବିଏଫସି ଅର୍ଥାତ ନନ୍ ବ୍ୟାଙ୍କିଙ୍ଗ ଫାଇନାନସିଆଲ କମ୍ପାନୀ ହିଁ ଜାରି କରିପାରିବେ । କିନ୍ତୁ ଏମିତି କିଛି ନାହିଁ, ଏଫଡିର ସୁବିଧା ଆପଣଙ୍କୁ ପୋଷ୍ଟ ଅଫିସରେ ବି ମିଳିଯିବ । ଏହା ବ୍ୟତୀତ ଆପଣ କର୍ପୋରେଟ ଏଫଡି ନେଇ ପାରିବେ, ଯେଉଁଥିରେ ଡିପୋଜିଟ ଉପରେ ସବୁଠାରୁ ଅଧିକ ସୁଧ ମିଳିବ । ଧ୍ୟାନ ରଖନ୍ତୁ ସୁରକ୍ଷିତ ଏଫଡି କରାଇବା ପାଇଁ ବ୍ୟାଙ୍କ ବା ପୋଷ୍ଟ ଅଫିସ ସବୁଠାରୁ ଭଲ ।

କ’ଣ ସୁଧରେ ଟ୍ୟାକ୍ସ ଲାଗେ ? : ଆଜ୍ଞା ହଁ, ଏଫଡିରେ ମିଳୁଥିବା ସୁଧ ଉପରେ ଟ୍ୟାକ୍ସ ଦେବାକୁ ପଡିବ , ଯଦି ଆପଣଙ୍କ ମୋଟ ଆୟ ‘ଅନ୍ୟ ଉତ୍ସରୁ ଆୟ’ର ଅଧିନରେ ଆସେ । ଏଫଡି ସୁଧ କାଲକ୍ୟୁଲେଟର ମାଧ୍ୟମରେ ଆମକୁ ଜଣାପଡେ କି କୈାଣସି ବିଶେଷ ସ୍କିମରେ ଆପଣଙ୍କୁ କେତେ ସୁଧ ମିଳିବ ।

ଫିକ୍ସ ଡିପୋଜିଟରେ ଟ୍ୟାକ୍ସରେ ରିହାତି ମିଳେ ? : ଫିକ୍ସ ଡିପୋଜିଟରେ କରାଯାଉଥିବା ନିବେଶ ଉପରେ ଆୟକର ଅଧିନିୟମ ୮୦ସି ଅଧିନରେ ସୁଧରେ ରିହାତି ମିଳେ । କିନ୍ତୁ ଏହି ରିହାତି କେବଳ ସେହି ଫିକ୍ସ ଡିପୋଜିଟକୁ ମିଳେ ଯେଉଁଟା ପାଂଚ ବର୍ଷର ସମୟ ସୀମାରେ ଖୋଲାଯାଇଛି । ଯଦି ଆପଣଙ୍କୁ ଫିକ୍ସ ଡିପୋଜିଟ ସୁଧରେ ରିହାତିର ଲାଭ ଉଠାଇବାର ଅଛି, ତେବେ ଆପଣଙ୍କୁ ଏମିତି ସ୍କିମର ଚୟନ କରିବାକୁ ପଡିବ ଯାହା ଟ୍ୟାକ୍ସ ଜମା କରିପାରିବାର ବିକଳ୍ପ ଦେଇପାରିବ ।

କ’ଣ ଏଫଡିରେ ମିଳେ ଅଧିକ ରିର୍ଟନ ? : ସାଧାରଣତଃ ଦେଖାଯାଇଛି କି ଲୋକଙ୍କ ଧାରଣା ଅଛି ଯେ, ଏଏଡିରେ ଅଧିକ ସୁଧ ମିଳେ, ସେଥିପାଇଁ ରିଟର୍ନ ବି ଅଧିକ ମିଳିବ । ଏହା ଗୋଟିଏ ପ୍ରକାରର ଠିକ । କିନ୍ତୁ ଏହା କେବଳ ସେହି ସ୍ଥିତିରେ ଯେତେବେଳେ ଏଫଡି ସମ୍ପୂର୍ଣ୍ଣ ସମୟ ପାଇଁ ଜମା ରହେ ଓ ତାକୁ ଅଧାରୁ ଭଙ୍ଗା ନଯାଏ ।

କ’ଣ ପୂର୍ବରୁ କାଢ଼ିପାରିବେ ଏଫଡିର ଟଙ୍କା : ସାଧାରଣତଃ ଲୋକଙ୍କ ମତରେ ସମୟ ପୂର୍ବରୁ ଏଫଡିକୁ କାଢ଼ିଲେ ହି କମ ରିଟର୍ନ ମିଳେ । ଏହା ଠିକ ବି କାହିଁକିନା କିଛ ବିତ୍ତୀୟ ସଂସ୍ଥା ଥାଆନ୍ତି, ଯେଉଁଠି ଆପଣ ପାର୍ସିଅଲ ୱିତଡ୍ରଲ କରିପାରିବେ । ଏହି ୱିଡ୍ରଲ ଉପରେ କୈାଣସି ଜରିମାନା ବି ଲାଗେନି ।