ଜୁଲାଇ ୨୭ରେ ହେବ ଶତାବ୍ଦୀର ସବୁଠୁ ଲମ୍ବା ଚନ୍ଦ୍ରଗ୍ରହଣ । ବାଇବେଲରେ ରହିଛି ବିଶ୍ୱ ବିନାଶର ସଂକେତ

128

୨୭ ଜୁଲାଇରେ ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଭାବେ ଏହାକୁ ଲୋକ ଦେଖିପାରିବେ । କିନ୍ତୁ ଏହି ଚନ୍ଦ୍ର ଗ୍ରହଣକୁ ନେଇ ଏବେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଯାହା ବିଶ୍ୱବାସୀଙ୍କ ମନରେ ଛନକା ପୂରାଇଛି । ଏହି ଚନ୍ଦ୍ରଗ୍ରହଣ ୨୦୦୧ରୁ ୨୧୦୦ ମସିହା ମଧ୍ୟରେ ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଯାହାର ଅବଧି ମୋଟାମୋଟି ଭାବେ ୬ ଘଣ୍ଟା ୧୪ ମିନିଟ୍ ରହିବ । ଏହି ସମୟରେ ୧୦୩ ମିନିଟ୍ ଧରି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣର ସ୍ଥିତି ଦେଖିବାକୁ ମିଳିବ ।

ତେବେ ଖ୍ରୀଷ୍ଟିଆନ ଧର୍ମର ଧାର୍ମିକ କିତାବ ବାଇବେଲରେ ଏହି ଚନ୍ଦ୍ରଗ୍ରହଣକୁ ପୃଥିବୀ ଧ୍ୱଂସର ସଙ୍କେତ ଭାବେ ଦର୍ଶାଯାଇଛି । ବ୍ରିଟେନର ଏକ ୱେବସାଇଟ ମୁତାବିକ ବାଇବେଲରେ ଏହି କଥା ଉଲ୍ଲେଖ କରାଯାଇଛି । ୪ ଥର ଲଗାତାର ଚନ୍ଦ୍ରଗ୍ରହଣ ପଡିବା ପୃଥିବୀ ଧ୍ୱଂସ ଆଡକୁ ଇସାରା କରିଥାଏ । ଏହା ପୂର୍ବରୁ ୧୪ ଅପ୍ରେଲ ୨୦୧୪, ୮ ଅକ୍ଟୋବର ୨୦୧୪ ଓ ୨୮ ସେପ୍ଟେମ୍ବର ୨୦୧୫ରେ ମଧ୍ୟ ଲମ୍ବା ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥିଲା ।

ବାଇବେଲର ୨:୨୦ ଓ ୬:୧୨ ଅଧ୍ୟାୟରେ ପୃଥିବୀର ବିନାଶର ଭବିଷ୍ୟବାଣୀ କରାଯାଇଛି । ବୁକ୍ ଅଫ୍ ଜୋଏଲର ଅଧ୍ୟାୟ ୨:୩୦ରୁ ୩୧ ମଧ୍ୟରେ କୁହାଯାଇଛି ଯେ, ସ୍ୱର୍ଗ ଓ ପୃଥିବୀରେ ମୁଁ ଚମତ୍କାର ଦେଖାଇବି ରକ୍ତ, ନିଆଁ ଓ ଧୂଆଁର ଖମ୍ଭ ମଧ୍ୟରେ । ଏପରିକି ଏହି ବହିରେ ଲେଖା ଯାଇଛି ଯେ, ଭଗବାନ ଯୀଶୁ ଆସିବା ପୂର୍ବରୁ ସୁର୍ଯ୍ୟ ଉପରେ ଅନ୍ଧକାର ଛାଇଯିବ ଓ ଚନ୍ଦ୍ର ଲାଲ ରଙ୍ଗରେ ବଦଳିଯିବ । ଏହି ପୁସ୍ତକର ଅନ୍ୟ ଏକ ଅଧ୍ୟାୟରେ କୁହାଯାଇଛି ଯେ, ପୃଥିବୀର ବିନାଶ ସମୟରେ ଭୟଙ୍କର ଭୂକମ୍ପ ଆସିବ । ସୁର୍ଯ୍ୟଙ୍କ କିରଣ ଶେଷ ହୋଇଯାଇ ଅନ୍ଧାକାର ହୋଇଯିବ ଏବଂ ଚନ୍ଦ୍ରର ରଙ୍ଗ ଲାଲ ହୋଇଯିବ ।

ତେବେ ଜ୍ୟୋତିଷବିତ୍ ମାନେ ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି କହିଛନ୍ତି । ଏମାନଙ୍କ କହିବା ଅନୁଯାୟୀ, ଚନ୍ଦ୍ର ଲାଲ ପଡିବା ପଛରେ ସୂର୍ଯ୍ୟଙ୍କ କିରଣ ପଡିବା ପ୍ରମୁଖ କାରଣ ଅଟେ । ଯାହାକୁ ରେଲେ ସ୍କାଟରିଙ୍ଗ କୁହାଯାଏ । ଏହାଛଡା ସୂଯ୍ୟ ଉଦୟ ଓ ଅସ୍ତ ହେବା ବେଳେ ଆକାଶ ନୀଳ ରଙ୍ଗ ହୋଇଯିବାର କାରଣ ମଧ୍ୟ ରେଲେ ସ୍କାଟରିଙ୍ଗ ବୋଲି କହିଛନ୍ତି ଜ୍ୟୋତିଷବିଦ । ତେବେ ଧାର୍ମିକ ମାନ୍ୟତା ଅନୁଯାୟୀ, ଜୁଲାଇ ୨୭ରେ ହେବାକୁ ଥିବା ଲମ୍ବା ଚନ୍ଦ୍ରଗ୍ରହଣ ଯୋଗୁଁ ପୃଥିବୀ ଉପରେ ଖରାପ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।

News Courtesy – AajTak