ତଉଲିଆ,ପାନିଆ ଓ ସାବୁନ୍‌ ଦୀର୍ଘ ସମୟ ବ୍ୟବହାର କରୁଛନ୍ତି କି ! ହୋଇପାରେ କ୍ଷତିକାରକ

243

ସାଧାରଣତଃ ସମସ୍ତଙ୍କ ଘରେ ବ୍ୟବହୃତ ହେଉଥିବା ଏପରି ଅନେକ ସାମଗ୍ରୀ ରହିଥାଏ, ଯାହାକୁ ଆମେ ବର୍ଷ ବର୍ଷ ଧରି ବ୍ୟବହାର କରିଥାଉ । କିନ୍ତୁ ଏପରି କିଛି ସାମଗ୍ରୀ ଅଛି ଯାହାକୁ ଦୀର୍ଘ ଦିନ ଧରି ବ୍ୟବହାର କରିବା ଫଳରେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ସେଭଳି କିଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବିଷୟରେ।

ବର୍ଷକ ମଧ୍ୟରେ ବଦଳାନ୍ତୁ ତଉଲିଆ :

ସାଧାରଣତଃ ଅଧିକାଂଶ ବ୍ୟକ୍ତି ଗୋଟିଏ ଭଲ ତଉଲିଆ କିଣବା ପରେ ଭବନ୍ତି ଯେ ତଉଲିଆଟି ନିହାତି ଭାବେ ୨ରୁ ୩ବର୍ଷ ପର୍ଯ୍ୟନ୍ତ ଚାଲିଯିବ ବୋଲି ! ଆଉ ଯଦି ଆପଣମାନେ ବି ଏହିଭଳି ଭାବୁଥାନ୍ତି, ତେବେ ଚିନ୍ତାଧାରାରେ ପରିବର୍ତ୍ତନ ଆଣନ୍ତୁ। କାରଣ ଆପଣ ଯଦି ତଉଲିଆର ବ୍ୟବହାର ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ କରନ୍ତି , ତେବେ ତାହା ଆପଣଙ୍କର କୋମଳ ତ୍ୱଚାକୁ ନଷ୍ଟ କରିବା ଆପଣଙ୍କ ତ୍ୱଚାରେ ବିଭିନ୍ନ ପ୍ରକାରର କ୍ଷତି ପହଞ୍ଚାଇବ।

ପ୍ରତି ୬ମାସରେ ଥରେ ବଦଳାନ୍ତୁ ଆପଣଙ୍କ ପାନିଆ :

ଯେଉଁଭଳି ଭାବେ ଗୋଟିଏ ତଉଲିଆର ବ୍ୟବହାର ମାତ୍ର ବର୍ଷକ ପାଇଁ କରିବା ଉଚିତ୍‌, ଠିକ୍‌ ସେହିଭଳି ଭାବେ କେଶ କୁଣ୍ଡେଇବା ଲାଗି ପାନିଆକୁ ମଧ୍ୟ ପ୍ରତି ୬ ମାସରେ ଥରେ ବଦଳାଇବା ଉଚିତ୍‌ । କାରଣ, ଗୋଟିଏ ପାନିଆକୁ ଦୀର୍ଘ ସମୟ ଧରି ବ୍ୟବହାର କଲେ ତାହା କେଶ ପାଇଁ ଅନେକ ପ୍ରକାର ସମସ୍ୟା ଆଣିଥାଏ ।

ଘରେ ସମସ୍ତେ ବ୍ୟବହାର କରନ୍ତୁ ଅଲଗା ଅଲଗା ସାବୁନ୍‌ :

ସାଧାରଣତଃ ଗୋଟିଏ ଘରେ ଏକାଧିକ ଲୋକ ରହୁଥିଲେ ବି ଅନେକ କ୍ଷେତ୍ରରେ ଗାଧୋଇବା ସମୟରେ ସେମାନେ କେବଳ  ଗୋଟିଏ ମାତ୍ର ସାବୁନର ହିଁ ବ୍ୟବହାର କରି ଥାଆନ୍ତି । ଆଉ ଆପଣମାନେ ବି ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏହି ଅଭ୍ୟାସରୁ ବିରତ ରୁହନ୍ତୁ । ଘରର ପ୍ରତ୍ୟେକ ସଦସ୍ୟଙ୍କ ଲାଗି ଅଲଗା ଅଲଗା ସାବୁନର ବ୍ୟବସ୍ଥା କରନ୍ତୁ । ଏହା ଏଥିପାଇଁ ଅତ୍ୟନ୍ତ ଜରୁରୀ, କାରଣ ସାବୁନ୍‌ ମାଧ୍ୟମରେ ହିଁ ଅନେକ ପ୍ରକାରର ରୋଗ ସଂକ୍ରମିତ ହୋଇଥାଏ ।