ନବୀନ ନିବାସରେ ଆଜି ପୁଣି ବଢୁଛି ନେତାଙ୍କ ଭିଡ । ସୁପ୍ରିମୋଙ୍କୁ ଭେଟିିବାକୁ ଆସିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ

239

କନକ ବ୍ୟୁରୋ: କାହାକୁ ମିଳିବ ଟିକଟ ତାକୁ ନେଇ ଜାରି ରହିଛି ସସପେନ୍ସ । ବିଜୁ ଜନତା ଦଳରେ କାହାକୁ ମିଳିବ ଟିକଟ, କାହାର ରହିବ, କାହାର କଟିବ କିଛି ବି ସ୍ପଷ୍ଟ ହୋଇନି । ଆଜି ବି ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଭିଡ । ଖାସ୍ କରି ଆଜି ପଶ୍ଚିମଓଡିଶାର ନେତାଙ୍କ ଭିଡ ଦେଖିବାକୁ ମିଳିଛି ନବୀନନିବାସରେ । ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ଆଜି ନବୀନ ନିବାସରେ ପହଁଚିଛନ୍ତି । ତେବେ ଦଳର ସଭାପତି ଯାହା ବି ନିଷ୍ପତି ନେବେ ତାକୁ ପାଳନ କରିବେ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ ।

ସେପଟେ ନବୀନ ନିବାସରେ ଗତକାଲି ରାତିରେ ବି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦଓ, ପିନାକୀ ମିଶ୍ର, ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା ନବୀନ ନିବାସ ଆସିଥିଲେ । ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଆଗାମୀ ନିର୍ବାଚନରେ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ । ସେହିଭଳି ଅନନ୍ତ ଦାସ ବି କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ।