ଗାଁ ଦଲାଲଙ୍କ ଦାଦାଗିରି ! ଟଙ୍କା ଦେଲେ ଧାଡିରେ ମିଳୁଛି ଜାଗା

53

କନକ ବ୍ୟୁରୋ : ବଡ ନୋଟ୍ ବ୍ୟାନକୁ ନେଇ ହନ୍ତସନ୍ତ ହେଉଛନ୍ତି ଗ୍ରାମାଂଚଳର ଲୋକେ । କେବେ ବ୍ୟାଙ୍କ ଦେଖିନଥିବା, ଏଟିଏମରୁ ଟଙ୍କା ଉଠାଇ ନଥିବା ଲୋକେ ଘଂଟା ଘଂଟା ଗୋଡଭାଙ୍ଗି ଠିଆ ହେଉଛନ୍ତି । ଏଭଳି ଅସମୟରେ କ୍ୟାସଲେସ ଟ୍ରାଞ୍ଜାକ୍ସନ କରି କାମ ଚଳାଇ ନେଉଛନ୍ତି ସହରାଂଚଳ ବାସିନ୍ଦା । ହେଲେ ଗାଁ, ଗହଳିର ଲୋକଙ୍କୁ ଭରସା ବ୍ୟାଙ୍କ । ଖରାତରାରେ ଦିନଦିନ ଛିଡା ହେଉଥିଲେ ବି ଶେଷରେ ନିରାଶ ହେବାକୁ ପଡୁଛି । ବିମୁଦ୍ରାକରଣ ଘୋଷଣା ହେବାର ୧୧ଦିନରେ ସମାନ ସ୍ଥିତି । ତେଣୁ ଧିରେ ଧିରେ ଲୋକଙ୍କ ଭିତରେ ଦାନା ବାନ୍ଧିଲାଣି ଅସନ୍ତୋଷ ।

vlcsnap-2016-11-19-19h10m50s537ଏହାର ଫାଇଦା ନେବାକୁ ସକ୍ରିୟ ହୋଇପଡିଛନ୍ତି ଦଲାଲ । ବ୍ୟାଙ୍କ ଖୋଲିବା ପୂର୍ବରୁ ଗ୍ରାହକଙ୍କ ପାଇଁ ଧାଡିକରି ଇଟା ରଖିଦେଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ । ବ୍ୟାଙ୍କ ସାମ୍ନାରେ ଦଲାଲ ରଖୁଛନ୍ତି ଇଟା । ଆଉ ଇଟାର ଦାମ ୫୦ ଟଙ୍କା । ବିଶ୍ୱାସ ନହେଲେ ବି ସତ । ଆଉ ୫୦ ଟଙ୍କା ଦେଲେ ଇଟା ହଟାଇ ଧାଡିରେ ଛିଡା ହେବାପାଇଁ ଲୋକଙ୍କୁ ମିଳୁଛି ଜାଗା ।

vlcsnap-2016-11-18-19h54m42s961ଗତକାଲି ମଧ୍ୟ ପୁରୁଣା ନୋଟ ବଦଳ କରିବାକୁ ବ୍ୟାଙ୍କ ଆଗରେ ୨ହଜାର ଲୋକଙ୍କ ଭିଡ ଜମିଥିଲା । ଗ୍ରାହକ ଓ ସୁରକ୍ଷାକର୍ମୀ କର୍ମୀଙ୍କ ମଧ୍ୟର ହୋଇଥିଲା ଧସ୍ତାଧସ୍ତି । ସମସ୍ତ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଲୋକଙ୍କୁ ପର୍ଯ୍ୟାପ୍ତ ଟଙ୍କା ଯୋଗାଇ ଦିଆଯାଉଥିବା କହୁଛନ୍ତି ସରକାର । ହେଲେ ସମବାୟ ବ୍ୟାଙ୍କରେ ୧୪ ତାରିଖରୁ ବନ୍ଦ ହୋଇଯାଇଛି ପୁରୁଣା ନୋଟ ବଦଳ ପ୍ରକ୍ରିୟା । ବର୍ଷବର୍ଷ ଧରି କୋ-ଅପରେଟିଭ ବ୍ୟାଙ୍କରେ ଜମାଖାତା ଥିବା ସତ୍ୱେ ବଡ ନୋଟ ବଦଳ କରିପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ।

vlcsnap-2016-11-19-19h11m56s876ସେହିପରି ଅସ୍ତରଙ୍ଗରେ ଏକ ବ୍ୟାଙ୍କରେ ଲଗିଛି ଲଟକା । ‘ଟଙ୍କାନାହିଁ, ସହଯୋଗ କରନ୍ତୁ’ । କେତେଦିନ ଏଭଳି ସହଯୋଗ କରିବେ ଲୋକେ । ରାତି ପାହିଲା ପ୍ରଥମାଷ୍ଟମୀ । ପ୍ରତିଦିନ ବ୍ୟାଙ୍କ ଆସି ନିରାଶ ହେବାକୁ ପଡୁଥିବାରୁ ବନ୍ଧ ଭାଙ୍ଗିଲାଣି ଧର୍ଯ୍ୟ । ପର୍ବପର୍ବାଣୀ ସବୁ ଫିକା କରିଦେଲାଣି ସରକାରଙ୍କ ନିଷ୍ପତି ।

ସରକାରଙ୍କ ଅଦୂରଦର୍ଶିତାରୁ ଏଭଳି ସମସ୍ୟା ଉପୁଜିଥିବା ଚର୍ଚ୍ଚା ହେଉଛି । ପୂର୍ବ ପ୍ରସ୍ତୁତି ନକରି ମୋଦି ସରକାର ଯେଉଁଭଳି ଭାବେ ବଡନୋଟକୁ ରାତି ଅଧିଆ ବ୍ୟାନ କରିଦେଲେ, ତାହା ହୁଏତ କଳାଧନ କାରବାର ଉପରେ ଅଙ୍କୁଶ ଲଗାଇପାରିବ କିନ୍ତୁ ଗ୍ରାମାଂଚଳର ଗରିବ, ଅସହାୟ ନାଗରିକଙ୍କ ଅସନ୍ତୋଷକୁ ମଧ୍ୟ ବୃଦ୍ଧି ଆଶଙ୍କା ପ୍ରକାଶ ପାଇଲାଣି ।