୬୬ ବର୍ଷ ହେଲାଣି କାଟିନାହାନ୍ତି ନଖ ! ଗିନିଜ୍ ବୁକରେ ମିଳିଛି ସ୍ଥାନ, ଏବେ ମ୍ୟୁଜିୟମରେ ରଖାଯିବ ଏହି ବ୍ୟକ୍ତିଙ୍କ ନଖ ।

137

୬୬ ବର୍ଷ ଧରି ଯେଉଁ ନଖକୁ ଏତେ ଯତ୍ନର ସହ ବଢାଇଥିଲେ ଏବଂ ଦୁନିଆରେ ଅନେକ ନାମ ସାଉଁଟିଥିଲେ ଏବେ ସେହି ନଖକୁ ଏହି ବ୍ୟକ୍ତି କାଟିବାକୁ ଯାଉଛନ୍ତି । ଆମେ କହୁଛୁ ଏହି ଭାରତୀୟ ବ୍ୟକ୍ତି ଶ୍ରୀଧର ଚିଲଲଙ୍କ ବିଷୟରେ ଯାହାଙ୍କର ବୟସ ୮୦ବର୍ଷ । ଦୁନିଆରେ ସବୁଠାରୁ ଲମ୍ବା ନଖ ରଖିବାର ରେକର୍ଡ ପାଇଁ ତାଙ୍କ ନାମ ଗିନିଜ୍ ବୁକରେ ସ୍ଥାନ ପାଇଛି । ଚିଲଲଙ୍କ ଏହି ନଖ ଏବେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ସ୍ଥାନ ପାଇବ । ଏଥିପାଇଁ ଏକ ବିଶେଷ ନେଲ୍ କ୍ଲିପିଙ୍ଗ ସେରିମନିର ଆୟୋଜନ କରାଯିବ । ଏହି ବ୍ୟକ୍ତିଜଣଙ୍କ ନିଜ ନଖକୁ ୧୯୫୨ ମସିହାରୁ କାଟିନାହାନ୍ତି । କିନ୍ତୁ ଏବେ ୮୨ ବର୍ଷରେ ସେ ନିଜ ନଖ କାଟିବାକୁ ପ୍ରସ୍ତୁତ ହୋଇଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ତାଙ୍କ ନଖକୁ ନେଇ ନୁୟର୍କର ଟାଇମ୍ସ ସ୍କୋୟାରରେ ଥିବା ସଂଗ୍ରହାଳୟରେ ନେଲ୍ କ୍ଲିପିଙ୍ଗ ସେରିମନି ଆୟୋଜିତ ହେବ, ଏବଂ ଏହିଠାରେ ହିଁ ତାଙ୍କର ନଖ କଟାଯିବ । ସୂଚନା ଅନୁସାରେ ତାଙ୍କ ନଖର ଲମ୍ବତା ହେଉଛି ୯୦୯.୬ ସେଣ୍ଟିମିଟର । ତେବେ ତାଙ୍କ ହାତରେ ଥିବା ନଖ ମଧ୍ୟରୁ ସବୁଠାରୁ ଲମ୍ବା ନଖର ଲମ୍ବତା ହେଉଛି ୧୯୭.୮ ସେଣ୍ଟିମିଟର । ୨୦୧୬ ମସିହାରେ ସବୁଠାରୁ ଲମ୍ବା ନଖ ପାଇଁ ତାଙ୍କୁ ଗିନିଜ୍ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଥିଲା । ମହାରାଷ୍ଟ୍ରର ପୁଣେ ନିବାସୀ ଶ୍ରୀଧର ଅନୁରୋଧ କରିଥିଲେ ଯେ, ତାଙ୍କ ନଖକୁ ସ୍ମରଣୀୟ ରଖିବା ପାଇଁ ସେଗୁଡିକୁ ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଉ । ଏବେ ତାଙ୍କର ଏହି ଇଚ୍ଛା ନୁୟର୍କରେ ପୂରଣ ହେବାକୁ ଯାଉଛି ।