ଏକୁଟିଆ ରହିବା ଦ୍ୱାରା ଯୁବପୀଢ଼ି ଚିଡ଼ଚିଡ଼ା ଓ ବିଷାଦଗ୍ରସ୍ତ ହୋଇଯାଆନ୍ତି, ଜାଣନ୍ତୁ କାହିଁକି?

38

କ’ଣ ଆପଣଙ୍କ ପିଲାମାନେ କମ୍ ଶୋଉଛନ୍ତି କିମ୍ବା ଶୋଇବାରେ ହଇରାଣ କରୁଛନ୍ତି କି ? ଯଦି ଏପରି ହେଉଛି ତେବେ ଜାଣି ରଖନ୍ତୁ,ଏହାର କାରଣ ତାଙ୍କର ଏକୁଟିଆପଣ ହୋଇପାରେ । ଏକ ଅଧ୍ୟୟନରୁ ଏକଥା ଜଣାପଡ଼ିଛି । ଅଧ୍ୟୟନ ଅନୁସାରେ ଏକୁଟିଆ ରହିଲେ ପିିଲାମାନେ ଚିଡ଼ଚିଡ଼ା ସ୍ୱଭାବର ହୋଇଯାଆନ୍ତି । ସେମାନେଙ୍କୁ କମ୍ ନିଦ ଆସିବା ସହ ବିଷାଦର ଶିକାର ହୁଅନ୍ତି ।

ଅଧ୍ୟୟନରୁ ଜଣାପଡ଼ିଛି ଯେଉଁ ଯୁବପୀଢ଼ି ଏକୁଟିଆ ରୁହନ୍ତି ସୋମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ପୁରା ଦିନ ଥକା ଅନୁଭବ କରନ୍ତି । ତାଙ୍କୁ ନିଦ ଆସେନି, ନିଦ ଆସିବାରେ ସମୟ ଲାଗେ ଓ କମ ସମୟ ହିଁ ଶୋଇ ପାରନ୍ତି । ଏହାସହ ଦିନରେ ମଧ୍ୟ ସେମାନେ ଶୋଇ ପାରନ୍ତି ନାହିଁ ଓ କାମ ବି ଭଲରେ କରି ପାରନ୍ତି ନାହିଁ ।

କିଙ୍ଗସ କଲେଜ ଲଣ୍ଡନର ଅଧ୍ୟକ୍ଷ ଲଉଇସ୍ ଅର୍ସେନାଲ୍ଟ କୁହନ୍ତି କି ନିଦ ନଆସିବା ଓ କମ ନିଦ ହେବାର ଅନେକ କାରଣ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଲା ଏକୁଟିଆପଣ । ଆମର ଅଧ୍ୟୟନ ଅନୁସାରେ ଯଦି ଠିକ ସମୟରେ ଚିକିତ୍ସା କରାନଯାଏ ତେବେ ପରେ ଅନେକ ଅସୁବିଧା ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଏନେଇ ଏକ ଅଧ୍ୟୟନରୁ ଏମିତି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେଉଁଠି ୭୦ ପ୍ରତିଶତ ଯୁବପୀଢ଼ି ନିଜର ଆଖପାଖରେ ଘଟୁୁଥିବା ହିଂସା ଯୋଗୁଁ ଏକୁଟିଆପଣର ଶିକାର ହୋଇଥାଆନ୍ତି । ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ନିଜେ ହିଁଁ ହିଂସାର ଶିକାର ହୋଇଥାଆନ୍ତି । ସେମାନେ ହିଁ ଏନେଇ ଅଧିକ ଅଭିଯୋଗ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି । ଯୌନ ଶୋଷଣର ଶିକାର, ମାନସିକ ଚିନ୍ତା କିମ୍ବା ଘର ଲୋକଙ୍କ ମଧ୍ୟରେ ହେଉଥିବା ହିଂସା ହିଁ ଏହାର ପ୍ରମୁଖ କାରଣ ।

ଅଧ୍ୟୟନରୁ ଜଣାପଡ଼ିଛି ଏପରି ସ୍ଥିତିରେ ସେମାନେଙ୍କୁ କମ୍ ନିଦ ହୁଏ କାରଣ, ସୋମନେ ନିଜକୁ ସୁରକ୍ଷିତ ଅନୁଭବ କରିପାରନ୍ତି ନାହିଁ । ଯାହାଦ୍ୱାରା ବିଷାଦ ବଢ଼େ । ଏହାସହ ଏହି ଅଧ୍ୟୟନ ଅନୁସାରେ ଜଣାପଡ଼ିଛି ହିଂସା, ଏକୁଟିଆପଣ ଓ କମ ନିଦ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏମିତିରେ ଯୁବପୀଢ଼ି ଭୟାଳୁ ହେବା ସହ ନିଜ କଥା କାହା ଆଗରେ ଖୋଲିକି ପ୍ରକାଶ କରିପାରନ୍ତି ନାହିଁ । ଏପରିସ୍ଥିତିରେ ସେମାନଙ୍କ ମାନସିକ ଚିକିତ୍ସା ବହୁତ ଜରୁରୀ ।