ଲଣ୍ଡନର ବ୍ରିଟିଶ ସଂସଦ ବାହାରେ ଆତଙ୍କବାଦୀଙ୍କ ଗୁଳିମାଡ : ୫ ଜଣଙ୍କର ମୃତ୍ୟୁ, ୪୦ଜଣ ଗୁରୁତର ଆହତ

10

କନକ ବ୍ୟୁରୋ : ଲଣ୍ଡନର ବ୍ରିଟିଶ ସଂସଦ ବାହାରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ ହୋଇଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଗୁଳିମାଡରେ ଜଣେ ପୁଲିସ ମଧ୍ୟ ଶହୀଦ ହୋଇଛନ୍ତି । ଏହି ଗୁଳିମାଡରୁ କିନ୍ତୁ ଅଳ୍ପକେ ବତିଯାଇଛନ୍ତି ପ୍ରଧାନମନ୍ତ୍ରୀ ଥେରେସା ମେ ।

ସଂସଦ ବାହରେ ୨ଜଣ ଯୁବକ ଆଖିବୁଜା ଗୁଳିଚାଳନା କରିଥିବାର ପୋଲିସ କହିଛି । ତେବେ ପୋଲିସ ଘଟଣାର ଛାନଭିନ ଜାରି ରଖିଛି । ପୋଲିସ ଜଣେ ଆତଙ୍କବାଦୀକୁ ମାରିଦେଇଥିବାବେଳେ ଅନ୍ୟଜଣକୁ ଖୋଜୁଛି ।