ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଆଜି ବୋଟ୍ ଯାତ୍ରାର ଦ୍ୱିତୀୟ ଦିନ ! ଯାତ୍ରା ସମୟରେ ପ୍ରିୟଙ୍କା କହିଲେ, ଠିକ୍ କହିଛନ୍ତି ରାହୁଲ ଗରିବଙ୍କ ନୁହେଁ ଧନୀବ୍ୟକ୍ତିଙ୍କ ପାଖରେ ରହିଥାନ୍ତି ଚୌକିଦାର ।

138

ମିଶନ୍ ୟୁପିରେ ବାହାରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଆଜି ବୋଟ୍ ଯାତ୍ରାର ଦ୍ୱିତୀୟ ଦିନ । ଆଜି ପ୍ରିୟଙ୍କା ମୁର୍ଜାପୁରର କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା କରିବେ ଏବଂ ବିନ୍ଧ୍ୟାଞ୍ଚଳ ମନ୍ଦିର ଦର୍ଶନ ପାଇଁ ଯିବେ । ମନ୍ଦିର ପରେ ମୌଲାନା ଚିସ୍ତିଙ୍କ ମଜାରରେ ଚାଦର ଚଙ୍ଘାଇବାକୁ ଯିବେ । ବୋଟ୍ ଯାତ୍ରାରେ ବାହାରିଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ପ୍ରିୟଙ୍କା କହିଥିଲେ ଯେ ରାହୁଲ୍ ଗାନ୍ଧି ଠିକ୍ କହିଛନ୍ତି ଗରିବଙ୍କ ନୁହେଁ ଧନୀବ୍ୟକ୍ତି ରଖିଥାନ୍ତି ଚୌକିଦାର । ଗତକାଲି ପ୍ରୟାଗରାଜରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ବୋଟ୍ ଯାତ୍ରା ଆରମ୍ଭ କରିଥିଲେ । ୫୦ କି.ମି ଯାତ୍ରାରେ ସେ ଲୋକଙ୍କ ଅଭିବାଦନ ସ୍ୱୀକାର କରୁଥିବା ନଜରରେ ଆସିଥିଲେ । ପ୍ରିୟଙ୍କାଙ୍କୁ ଭେଟିବା ପାଇଁ ଅଧିକ ସଂଖ୍ୟକ ଲୋକ ଜମା ହୋଇଥିଲେ ।

 

ପ୍ରଚାର ସମୟରେ ଏକ ଛୋଟି ଝିଅ ପ୍ରିୟଙ୍କାଙ୍କୁ ଦେଖା କରିଥିବା ପାଇଁ ଆସିଥିବା ବେଳେ ସେ ଝିଅଟିକୁ ଆଲିଙ୍ଗନ କରିଥିଲେ । ପ୍ରୟାଗରାଜର ବିଖ୍ୟାତ ଲେଟେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ସେ ବୋଟ୍ ଯାତ୍ରା ପାଇଁ ବାହାରିଥିଲେ । ତେବେ ୩ ଦିନର ନିର୍ବାଚନୀ ଯାତ୍ରାକୁ ସେ ମୋଦିଙ୍କ ଲୋକସଭା କ୍ଷେତ୍ର ବାରାଣାସୀରୁ ଅନ୍ତ କରିବେ ।