ମୋଦିଙ୍କୁ ରୋକିବା ପାଇଁ ଅଂଟା ଭିଡ଼ିଲେଣି ବିରୋଧୀ : ମେ ୨୩ରେ ଅଣ ଏନଡିଏ ଦଳଙ୍କ ବୈଠକ ଡାକିଲେ ସୋନିଆ ଗାନ୍ଧୀ, ବିଜେଡିକୁ ବି ମିଳିଛି ନିମନ୍ତ୍ରଣ

ମେ ୨୩ରେ ଆସିବ ୨୦୧୯ ମହାଯୁଦ୍ଧର ଫଳାଫଳ

1,241

କନକ ବ୍ୟୁରୋ : ମେ ୨୩ରେ ଆସିବ ୨୦୧୯ ମହାଯୁଦ୍ଧର ଫଳାଫଳ । ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ରହିଛି ମତଦାନ । ଆଉ ରେଜଲ୍ଟ ଆସିବା ପୂର୍ବରୁ ରାଜନୈତକ ବାତବାରଣ ସରଗରମ ହୋଇଛି । ଉଭୟ କଂଗ୍ରେସ ଓ ବିଜେପି ଅଣ-ଏନଡିଏ ଦଳକୁ ନିଜ ଆଡକୁ ଆଣିବାକୁ ଏବେ ଠାରୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଆଉ ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହଟାଇବା ପାଇଁ ଉପା ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବିରୋଧୀଙ୍କୁ ଏକାଠି କରିବା ପାଇଁ ଲାଗିଯାଇଛନ୍ତି । ବିରୋଧୀ ଦଳ ଗୁଡ଼ିକର ପ୍ରମୁଖ ନେତାମାନଙ୍କୁ ଯୋଗାଯୋଗ କରୁଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଫଳାଫଳା ଆସିବା ପୂର୍ବରୁ ବିରୋଧୀ ଦଳର ନେତାଙ୍କୁ ଏକାଠି କରିବା ସହ ଏହାର ନେତୃତ୍ୱ ମଧ୍ୟ ନେଉଛନ୍ତି ସୋନିଆ ଗାନ୍ଧୀ ।

ଲୋକସଭା ନିର୍ବାଚନ ଏବେ ଶେଷ ହୋଇନାହିଁ । ବିରୋଧୀ ଦଳ ନେତାମାନେ ମହାମେଂଟର ପାଇଁ ଅଙ୍କକଷା ଆରମ୍ଭ କରି ଦେଲେଣି । ସରକାର ଗଢ଼ିବା ପାଇଁ ତଥା ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ଅଂଟା ଭିଡ଼ିଲେଣି ବିରୋଧୀ । ବିରୋଧୀ ଏକତାକୁ ଅଧିକ ସୁଦୃଢ କରିବାକୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ୨୩ ତାରିଖରେ ୟୁପିଏ ସହଯୋଗୀଙ୍କ ସହ କିଛି ଅଣ-ଏନଡିଏ ଦଳର ବୈଠକ ଡାକିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଜୁ ଜନତା ଦଳ, ତେଲୁଗୁ ଦେଶମ, ୱାଇଏସଆର କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧି । ଭୋଟଗଣତି ଦିନରେ ଏହି ବୈଠକକୁ ବେଶ ଗୁରୁତ୍ୱ ଦିଆଯାଉଛି । ଏନଡିଏକୁ ସଂଖ୍ୟାଗରିଷ୍ଠ ନ ମିଳିଲେ ଏହି ବୈଠକରେ ରାଜନୈତିକ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରାଯାଇପାରେ ।

ଖବର ଅନୁସାରେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ନବୀନ ପଟ୍ଟନାୟକଙ୍କୁ ଫୋନ କରି ଏହି ବୈଠକରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଫଳାଫଳ ଆସିବା ପରେ ହିଁ ଦଳ ନିଜର ସ୍ଥିତି ସ୍ପଷ୍ଟ କରିବ । ପୂର୍ବରୁ ମୋଦି ମଧ୍ୟ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିସାରିଛନ୍ତି । ତେଣୁ ଏଭଳି ସ୍ଥିତିରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ମେ ୨୩ରେ ଫଳାଫଳା ଆସୁଥିବା ବେଳେ କୌଣସି ଦଳ କିମ୍ବା ମହାମେଂଟକୁ ସ୍ପଷ୍ଟ ବହୁମତ ନ ମିଳିଲେ ଜାତୀୟ ରାଜନୀତିର ସମୀକରଣ ଓଲଟପାଲଟ ହୋଇଯିବ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ରାଜନୀତିରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବ । ଆଉ ସେଥିପାଇଁ ଉପା ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସମ୍ପୂର୍ଣ୍ଣ ରୂପେ ଆକ୍ସନକୁ ଆସିଯାଇଛନ୍ତି ।

ବିଗତ କିଛି ଦିନ ପୂର୍ବରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ସାକ୍ଷାତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ । ସୋନିଆ ଗାନ୍ଧୀଙ୍କ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଲୋକସଭା ନିର୍ବାଚନ ପାଇଁ ରାଜନୀତି ଅନିଶ୍ଚିତତାକୁ ବୁଝି ମହାମେଂଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କଡ଼ିରେ ସେ କେରଳ ମୁଖ୍ୟମନ୍ତ୍ରୀ ଓ ମାକପା ନେତା ପୀନରୟ ବିଜୟନଙ୍କୁ ସାକ୍ଷାତ କରି ରାଜନୀତି ଉପରେ ପୂର୍ବରୁ ଚର୍ଚ୍ଚା କରିଛନ୍ତି । ଆଉ ଏପରିସ୍ଥଳେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ମହାମେଂଟର ଜାଲ ବୁଣିବାରେ ଅଛନ୍ତି । ଆଉ ଏବେ ଉପାୟ ଅଧ୍ୟକ୍ଷ ବୈଠକ ଡାକିବା ପରେ ଜାତୀୟ ରାଜନୀତି ସମୀକରଣ ଜଟିଳ ହେବାରେ ଲାଗିଛି ।