ଜାଣନ୍ତୁ ଅନସ୍ଥା ପ୍ରସ୍ତାବର ଇତିହାସ : ପୂର୍ବରୁ ଲୋକସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ଆସିବାରୁ ୨ ଟି ସରକାର ଭାଙ୍ଗିଯାଇଛି!

155

କନକ ବ୍ୟୁରୋ : କେନ୍ଦ୍ରରେ ସରକାର କରୁଥିବା ମୋଦି ସରକାରଙ୍କ ବିରୋଧରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ମୋଦି ସରକାର ୪ ବର୍ଷ ପୂରଣ କଲାପରେ ଏପରି ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ବିରୋଧୀଙ୍କ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିସାରିଛନ୍ତି । ସରକାର ଗଠନ କରିବା ପାଇଁ ମୋଦିଙ୍କ ପାଖରେ ଯେତିକି ସାସଂଦଙ୍କ ସଂଖ୍ୟା ରହିବା କଥା ତାହାଠାରୁ ଅଧିକ ସଂଖ୍ୟା ରହିଛି ମୋଦିଙ୍କ ପାଖରେ । ତେଣୁ ସରକାରଙ୍କ କୈାଣସି ଚିନ୍ତା ନଥିବା ଦେଖାଯାଇଛି । ତେବେ ଆମେ ଯଦି ଇତିହାସ ଦେଖିବା ତେବେ ଜାଣିପାରିବା ପୂର୍ବରୁ ମୋଟ ୨୬ ଥର ସସଂଦରେ ଅନାସ୍ଥା ପ୍ରସ୍ତାବ ଆସିଛି ମାତ୍ର ୨ ଥର ବିରୋଧୀମାନେ ସଫଳତା ପାଇଛନ୍ତି ।

ନେହେରୁଙ୍କ ବିରୋଧରେ ପ୍ରଥମେ ଆସିଥିଲା ଅନାସ୍ଥା ପ୍ରସ୍ତାବଭାରତୀୟ ସସଂଦରେ ପ୍ରଥମଥର ଲାଗି ୧୯୬୩ ମସିହାରେ ଜବାହାରଲାଲା ନେହେରୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ତେବେ ସେତେବେଳେ ସମୟରେ କୃପନାଲି ଦଳ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । କଂଗ୍ରେସ ସରକାର ଦେଶର ହିତ ପାଇଁ କାମ କରୁନାହିଁ ବୋଲି କହି ଏହାକୁ ଗୃହରେ ଆଗତ କରାଯାଇଥିଲା । ପ୍ରଜା ସୋରାଲିଟ ତତ୍କାଳୀନ ସାସଂଦ ନେହେରୁ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥାର ନେତୃତ୍ୱ ନେଇଥିଲେ । ସେତେବେଳେ ସମୟରେ ଏହି ପ୍ରସ୍ତାବ ବିରୋଧରେ ୩୪୭ ଓ ସପକ୍ଷରେ ୬୪ ଭୋଟ ହୋଇଥିବା ଜଣାପଡିଛି । ନେହେରୁଙ୍କ ମୃତ୍ୟୁପରେ ଲାଲାବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ତିନିବର୍ଷ କାର୍ଯ୍ୟକାଳ ମଧ୍ୟରେ ବିରୋଧୀମାନେ ତାଙ୍କ ସରକାର ବିରୋଧରେ ତିନିଥର ଅନାସ୍ଥା ପ୍ରସ୍ତାବ ଆଣିଥିଲେ କିନ୍ତୁ ଥରେ ମଧ୍ୟ ବିରୋଧୀମାନେ ଜିତିପାରି ନଥିଲେ । ଏହାପରେ ଇନ୍ଦିରା ଗାନ୍ଧିଙ୍କ ଦାୟିତ୍ୱ ନେଇଥିଲେ । ଭାରତୀୟ ଇତିହାସରେ ସବୁଠାରୁ ଅଧିକ ଅନାସ୍ଥା ପ୍ରସ୍ତାବ ଆସିଥିଲା ଇନ୍ଦିରା ଗାନ୍ଧିଙ୍କ ସମୟରେ ଆସିଥିଲା । ତାଙ୍କ ସମୟରେ ୨୫ ଥର ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଆସିଥିବା ଜଣାପଡିଛି କିନ୍ତୁ କୈାଣସି ଥରେ ହେଲେବି ବିରୋଧୀମାନେ ଏହାର ଲାଭ ଉଠାଇ ପାରିନଥିବା ଦେଖାଯାଇଛି । ତକ୍ରାଳୀନ ସାସଂଦ ଜ୍ୟୋତିବଶୁ ସବୁଠାରୁ ଅଧିକ ଥର ଅନାସ୍ଥା ଆମିଥିବା ସୂଚନା ମିଳିଛି ।

ଅନାସ୍ଥା ପ୍ରସ୍ତାବ ଆସିବାର କେବେ ଭାଙ୍ଗିଥିଲା ସରକାର

 

କେନ୍ଦ୍ରରେ ଶାସନ କରୁଥିବା ସରକାରଙ୍କ ବିରୋଧରେ ପ୍ରଥମେ ଅନାସ୍ଥା ପ୍ରସ୍ତାବ ଆସିଥିବାରୁ ୧୯୭୮ ମସିହାରେ ସରକାର ଭାଙ୍ଗିଯାଇଥିଲା । ଏହାପରେ ଜନତା ଦଳକୁ ବହୁମତ ମିଳିଥିଲା ଓ ମୋରାରଜି ଦେସାଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ମୋରାରଜି ସରକାର ସମୟରେ ଅନାସ୍ଥା ପ୍ରସ୍ତାବ ଆସିଛି । ପ୍ରଥମ ପ୍ରସ୍ତାବ ୧୯୭୮ ମସିହାରେ ଆସିଥିଲା ସେତେବେଳେ ଏହା ଉପରେ କୈାଣସି ପ୍ରଭାବ ପଡିନଥିଲା । ପରେ କିନ୍ତୁ ସରକାରଙ୍କ ପତନ ହୋଇଥିଲା ।

ନରାସିଂହା ରାଓଙ୍କୁ ମଧ୍ୟ ସାମନା କରିବାକୁ ପଡିଥିଲା ଅନାସ୍ଥା

ଶାସ୍ତ୍ରୀଙ୍କ ପରି ନରାସିଂହା ରାଓଙ୍କୁ ମଧ୍ୟ ଅନାସ୍ଥାର ସାମନା କିବାକୁ ପଡିଥିଲା । ୧୯୯୩ ମସିହାରେ ତାଙ୍କ ସରକାରଙ୍କ ବିରୋଧରେ ଆସିଥିବା ପ୍ରସ୍ତାବରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ମାତ୍ର ୧୪ ଟି ଭୋଟରେ ସରକାର ଭାଙ୍ଗି ନଥିଲା । ତେବେ ସେତେବେଳେ ଅନ୍ୟ ଦଳର ସାସମଦଙ୍କୁ ସେ ପ୍ରଲୋଭନ ଦେଖାଇଥିବା ମଧ୍ୟ କେତେକ ଦଳ ଅଭିଯୋଗ କରିଥିଲେ ।

ଭାଙ୍ଗିଯାଇଥିଲା ଅଟଳଙ୍କ ସରକାର

 

ଏନଡିଏ ସରକାର ଦେଶକୁ ଶାସନ କରୁଥିବା ସମୟରେ ବିରୋଧୀମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ସେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ । ତେବେ ବିରୋଧୀମାନଙ୍କ ଅନାସ୍ଥା ପ୍ରସ୍ତାବରୁ ନିଜ ସରକାରକୁ ବଞ୍ଚାଇପାରିନଥିଲେ ବାଜପେୟୀ । ୧୯୯୯ ମସିହାରେ ଜୟଲଲିତା ନିଜ ଦଳର ସମର୍ଥନ ଫେରାଇ ନେବାରୁ ଅନାସ୍ଥା ପ୍ରସ୍ତାବ ଆସିଥିଲା । ତେବେ ସେତେବେଳେ ସମୟରେ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ସରକାର ଭାଙ୍ଗି ଯାଇଥିଲା । ତେବେ ପୁଣିଥରେ ୨୦୦୩ ମସିହାରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । କିନ୍ତୁ ସେତେବେଳେ ସମୟରେ ଏନଡିଏ ୩୧୨ ଭୋଟରେ ଜିତିଥିଲା ।

ମନମୋହନ ସରକାର ମଧ୍ୟ ହାରୁ ହାରୁ ଜିତିଥିଲା

 

କଂଗ୍ରେସ ଶାସନ କରୁଥିବା ସମୟରେ ୨୦୦୮ ମସିହାରେ ନିରୋଧୀମାନେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହାକୁ ଆମେରିକା ସହ ହୋଇଥିବା ପରମାଣୁ ଚୁକ୍ତି ପାଇଁ ବିରୋଧୀମାନେ ଆଣିଥିବା ଜଣାପଡିଥିଲା । ତେବେ ମାତ୍ର ଅଳ୍ପ କେତେକ ଭୋଟ ପାଇ ୟୁପିଏ ସରକାର ବଞ୍ଚିଯାଇଥିବା ସୂଚନା ମିଳିଛି । ତେବେ ପୁଣିଥରେ ୨୦୧୮ ମସିହାରେ ମୋଦି ସରକାରଙ୍କ ବିରୋଧରେ ବିରେଧୀମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ତେବେ କେବଳ ଅପେକ୍ଷା ରହିଲା ଭୋଟ ଫଳକୁ ।