ବାଟବଣା ହେଲା ଟ୍ରେନ୍ ! କଟକ ମଛପୁରା ଷ୍ଟେସନରେ ଭୁଲ୍ ଟ୍ରାକରେ ୨କିଲୋମିଟର ଗଲା ପୁରୀ-ଲୋକମାନ୍ୟ ତିଲକ ଏକ୍ସପ୍ରେସ୍

47

କନକ ବ୍ୟୁରୋ: ଟ୍ରେନ ହେଲା ବାଟବଣା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ମଛପୁର ଷ୍ଟେସନରେ । ପୁରୀରୁ-ମୁମ୍ବାଇ ଯାଉଥିବା ‘ଲୋକମାନ୍ୟ ତିଲକ ଏକ୍ସପ୍ରେସ’ ବାଟ ହୁଡିଯାଇଛି । ସୂଚନା ମୁତାବକ, ଗତକାଲି ପୁରୀରୁ ବାହାରିଥିଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ । ରାତି ପ୍ରାୟ ୧୨ଟାରେ ଟ୍ରେନଟି ବାଟବଣା ହୋଇ ଅଲଗା ରୁଟରେ ପ୍ରାୟ ୨ କିଲୋମିଟର ଚାଲିଯାଇଥିଲା ।

ତେବେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ମଛପୁର ଷ୍ଟେସନଠାରୁ ରାଜ ଆଠଗଡ଼ ଦେଇ ତାଳଚେର ରାସ୍ତାରେ ଯିବା କଥା । କିନ୍ତୁ ଏହା ଭୁଲବଶତଃ ମଛପୁରରୁ ରାଜକିଶୋରପୁର ଷ୍ଟେସନ ଚାଲିଯାଇଥିଲା । ଭୁଲ ରୁଟରେ ଯାଉଥିବା ଜଣାପଡିବା ପରେ ଗାଡି ଅଟକିଥିଲା ଓ ଇଞ୍ଜିନ ପରିବର୍ତ୍ତନ କରାଯିବା ପରେ ଟ୍ରେନଟି ମଛପୁର ଫେରିଥିଲା । ତେବେ ଏଥିରେ ସମସ୍ତଯାତ୍ରୀ ସୁରକ୍ଷିତ ଅଛନ୍ତି ।