ମମତାଙ୍କ ଗଡ଼ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି ! ଗରିବଙ୍କୁ ଲୁଟିଲେ, ପଶ୍ଚିମବଙ୍ଗ ବାସୀଙ୍କୁ ଠକିଲେ ଦିଦି

161

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଆଉ ମାତ୍ର ୭ ଦିନ ପରେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଚାର ମଇଦାନରେ ନେତା । ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର କସରତ ଚଳାଇଛନ୍ତି ନେତା । ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ କିଏ କେତେ ପ୍ରତିଶ୍ରୁତି ଦେଉଛନ୍ତି । ଜନତାଙ୍କ ନିକଟତର ହେବା ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି । ସେପଟେ ପୁଣି ଥରେ ଦିଲ୍ଲୀ ଗାଦି ଅକ୍ତିଆର କରିବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ମାରାଥନ ପ୍ରଚାରରେ ଯାଉଛନ୍ତି । ଏହି କ୍ରମରେ ଗତକାଲି ଓଡ଼ିଶା ଆସିଥିବା ବେଳେ ଆଜି ପଶ୍ଚିମବଙ୍ଗରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି ମୋଦି । ସେଠାରେ ଏକ ରାଲିରେ ପଶ୍ଚିମବଙ୍ଗ ମୁଖିଆଙ୍କ ଉପରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଦିଦିଙ୍କ ଗଡ଼ରେ ଦିଦିଙ୍କ ବିରୋଧରେ ଗର୍ଜିଲେ ମୋଦି । ମୋଦି କହିଛନ୍ତି, ପଶ୍ଚିମବଙ୍ଗରେ ଲାଗିଛି ସ୍ପିଡ଼୍ ବ୍ରେକର, ଯାହାକୁ ଆପଣମାନେ ଦିଦି ନାମରେ ଜାଣନ୍ତି । ଦିଦିଙ୍କୁ ଗରିବଙ୍କ ଚିନ୍ତା ନାହିଁ । ଗରିବଙ୍କୁ ନେଇ ରାଜନୀତି କରୁଛନ୍ତି ମୋଦି । ରାଜ୍ୟରୁ ଦ୍ରାରିଦ୍ର‌୍ୟତା ଦୂର କରିବା ପରିବର୍ତ୍ତେ ଗରିବି ଶେଷ ହୋଇଗଲେ ରାଜନୀତି ବି ଶେଷ ହୋଇଯିବ ବୋଲି ଚିନ୍ତା କରୁଛନ୍ତି ଦିଦି । ପଶ୍ଚିମବଙ୍ଗରେ ଚିଟଫଣ୍ଡ ଘୋଟାଲା ହେଲା । ଗରିବଙ୍କ ଟଙ୍କା ନେଇ ଦିଦିଙ୍କ ମନ୍ତ୍ରୀ , ବିଧାୟକ ଓ ସାଥୀ ପଳାଇଗଲେ । ଗରିବଙ୍କ ଚିନ୍ତାରେ କେନ୍ଦ୍ର ଏନଡ଼ିଏ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ଅନ୍ତର୍ଗତ ଗରିବଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତରେ ମାଗଣରେ ଚିକିତ୍ସା ପ୍ରଦାନ କରାଯିବ । ଗରିବ ରୋଗୀଙ୍କୁ ଟଙ୍କାଟିଏ ବି ଅଧିକ ଦେବାକୁ ପଡ଼ିବ ନାହିଁ । କିନ୍ତୁ ସ୍ପିଡ଼୍ ବ୍ରେକର ଦିଦି କ’ଣ କଲେ ? ଗରିବଙ୍କ ପାଇଁ ହୋଇଥିବା ଏହି ଯୋଜନାକୁ ରାଜ୍ୟରେ ଚଳାଇଦେଲେନି । ଆୟୁଷ୍ମାନ ଯୋଜନାରେ ବ୍ରେକ ଲଗାଇଲେ ଦିଦି ।

ଏହାବ୍ୟତୀତ ୭୦ ଲକ୍ଷରୁ ଅଧିକ କୃଷକ ପରିବାର ବିକାଶ ଉପରେ ମଧ୍ୟ ବ୍ରେକ ଲଗାଇଲେ ମମତା । ଦେଶରେ ଅନେକ ରାଜ୍ୟରେ ପିଏମ କିଷାନ୍ ଯୋଜନା ଅନୁସାରେ କୃଷକମାନେ ଲାଭବାନ ହୋଇପାରୁଛନ୍ତି । କୃଷକଙ୍କ ଖାତାକୁ ବିନା ଝନଝଟରେ ସିଧା ସଧିା ଟଙ୍କା ଯାଉଛି । ହେଲେ ଦିଦିଙ୍କୁ କୃଷକଙ୍କ ଚିନ୍ତା ନାହିଁ । ପିଏମ କିଷାନ ଯୋଜନାରେ ବି ବ୍ରେକ ଲଗାଇଦେଲେ ଦିଦି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜିତ୍ତ ବଙ୍ଗଳାର କୁଚ ବିହାରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ।