ୟୁପିରେ ତ୍ରିକୋଣୀୟ ମୁକାବିଲା ! କଂଗ୍ରେସ ଓ ସପା-ବସପା ଭିନ୍ନ ଭିନ୍ନ ନିର୍ବାଚନ ଲଢ଼ିଲେ, ଫାଇଦାରେ ରହିବ କି ବିଜେପି?

206

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ସମୟେର ଉତ୍ତରପ୍ରଦେଶର ଉପରେ ଥାଏ ସବୁ ଦଳର କଡ଼ା ନଜର ।  ଚଳିତ ନିର୍ବାଚନରେ ଭାଜପା ସହ ମୁକାବିଲା କରିବା ପାଇଁ ବିଭାଜିତ ହୋଇଥିବା ବିରୋଧୀ କେତେ ସଫଳ ହେବ ତାହା ସମୟ କହିବ । ଉତ୍ତରପ୍ରଦେଶରେ ୮୦ରୁ ପ୍ରାୟ ସିଟ ପାଇଁ ଭାଜପା, କଂଗ୍ରେସ ଓ ସପା-ବସପା ମେଂଟ ମଧ୍ୟରେ ହେବ ତ୍ରିକୋଣୀୟ ମୁକାବିଲା । ୨୦୧୪ ନିର୍ବାଚନରେ ୮୦ ସିଟ୍ ଥିବା ଏହି ରାଜ୍ୟରେ ବିରୋଧୀ ଦଳର ଭୋଟର ଏକ ଅଂଶ ଭାଜପା ଖାତାକୁ ଚାଲିଯାଇଥିଲା । ଗତ ଲୋକସଭା ନିର୍ବାଚନରେ ଭାଜପା ଓ ତାଙ୍କ ସାଥୀ ଦଳ ୪୩ ପ୍ରତିଶତ ଭୋଟ ପାଇଁ ମୋଟ ୯୧ ପ୍ରତିଶତ ସିଟ ନିଜ ନାମରେ କରାଇଥିଲେ । ୮୦ରୁ ଭାଜପାକୁ ୭୧ ଓ ସହଯୋଗୀ ଦଳକୁ ଦୁଇ ସିଟ ବିଜୟ ହାସଲ କରିିଲା ।

ଅଖିଲେଶ ଯାଦବଙ୍କ ସମାଜବାଦିି ପାର୍ଟ ଓ ମୟାବତୀଙ୍କ ବହୁଜନ ସମାଜବାଦ ପାର୍ଟି ତଥା କଂଗ୍ରେସକୁ ପାଖାପାଖି ୫୦ ପ୍ରତିଶତ ଭୋଟ୍ ମିଳିଥିଲା । କିନ୍ତୁ ସିଟ ବିଷୟରେ ଆଲୋଚନା କଲେ ସାମଜବାଦୀ ପାର୍ଟିକୁ ୫ଟି, କଂଗ୍ରେସକୁ ୨ଟି ଓ ମାୟାବତୀ ଗୋଟିଏ ବି ସିଟ ହାସଲ କିରପାରିନଥିଲେ । ଗତ ଥର ବିଫଳ ହେବାସତ୍ୱେ ବି ଏକାଠି ନିର୍ବାଚନ ଲଢ଼ୁନାହାନ୍ତି ୩ଦଳ ।

ଚଳିତ ଥର ବସପା ଓ ସପା ଭାଜପାକୁ ସତ୍ତାକରୁ ହଟାଇବା ପାଇଁ ହାତ ମିଳାଇଛନ୍ତି । କଂଗ୍ରେସକୁ ଉଭୟ ଦଳ ଏହି ମେଂଟରୁ ବାହାରେ ରଖିଛନ୍ତି । ସପା-ବସପା ପକ୍ଷରୁ କୁହାଯାଇଛି ନିର୍ବାଚନ ଜିତିବା ପାଇଁ କଂଗ୍ରେସର କୌଣସି ଆବଶ୍ୟକତା ନାହିଁ । ସେମାନେ ଭାଜପାକୁ ହରାଇବା ପାଇଁ ଯଥେଷ୍ଟ । ଏବେ କଂଗ୍ରେସ ସମସ୍ତ ୮୦ ସିଟରୁ ଏକୁଟିଆ ନିର୍ବାଚନ ଲଢ଼ିବା ପାଇଁ ଯାଉଛି । ତେବେ ଆଗାମୀ ସମୟରେ ଜଣାପଡ଼ିବ ସପା-ବସପା ଓ କଂଗ୍ରେସ ଭିନ୍ନ ଭିନ୍ନ ନିର୍ବାଚନ ଲଢ଼ିଲେ ବିଜେପି ଲାଭବାନ ହୋଇପାରିବ କି ?