ଜାତୀୟ ରାଜନୀତିରେ ଝଡ ! କଂଗ୍ରେସ- ବିଜେପି ମଧ୍ୟରେ ମହାଲଢେଇ, ଜାଣନ୍ତୁ କାହାର ପଲଡା ଭାରି ?

241

ଲୋକସଭା ନିର୍ବାଚନ ୨୦୧୯ର ମହାସଂଗ୍ରାମ ଏବେ ଚରମ ସୀମାରେ ପହଂଚିବାକୁ ବସିଲାଣି । ଏଥରକ ଲଢେଇ ବର୍ତମାନ ପର୍ଯ୍ୟନ୍ତର ସବୁଠାରୁ ବଡ ଏବଂ ବ୍ୟୟବହୁଳ ମୁକାବିଲା ହେବା ସହ କୌହୁଳପୂର୍ବକ ପ୍ରମାଣିତ ହେବାକୁ ଯାଉଛି । ସେପଟେ ଉଭୟ ବିଜେପି ଏବଂ କଂଗ୍ରେସ ଛୋଟ ଛୋଟ ଦଳମାନଙ୍କୁ ନିଜ ପାର୍ଟିରେ ସାମିଲ କରିବାକୁ ଲାଗି ପଡିଛନ୍ତି । ଏହାଦ୍ୱାରା ବଡ କ୍ଷେତ୍ରୀୟ ଦଳ ମଧ୍ୟ ତୃତୀୟ ମୋର୍ଚା ଗଠନ କରିବାରେ ଲାଗି ପଡିଛନ୍ତି । ଯଦିଓ ଏଯାବତ ଏଥିରେ ସଫଳତା ମିଳିପାରିନାହିଁ । ତେବେ ଆସନ୍ତୁ ଜଣିବା ଉଭୟ ବିଜେପି ଏବଂ କଂଗ୍ରେସ କିଭଳି ଭାବରେ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି ଏବଂ ନେତାମାନଙ୍କ ଦଳବଦଳ ରାଜନୀତି କିଭଳି ଆଗକୁ ବଢୁଛି ।

ବିଜେପିର ରଣନୀତି

ଛୋଟ ଦଳ ଏବଂ ଅନ୍ୟ ଦଳଗୁଡିକର ନେତାମାନଙ୍କୁ ନିଜ ଦଳରେ ସାମିଲ କରିବାକୁ ପୂରା ଜୀ ଜାନ ଲଗାଇ ଦେଇଛି ବିଜେପି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ହିଁ ବିଜେପି ଅନେକ ଦଳ ସହିତ ଗଠବନ୍ଧନକୁ ଚୂଡାନ୍ତ ରୂପ ଦେଇସାରିଛି । ସର୍ବପ୍ରଥମେ ବିଜେପି ଶିବସେନାକୁ ରାଜି କରାଇବାରେ ସଫଳ ହୋଇପାରିଛି ଆଉ ତାକୁ ନିଜ ଦଳରେ ସାମିଲ ମଧ୍ୟ କରିଛି । ୧୮ ଫେବୃଆରୀରେ ଉଭୟଙ୍କ ମଧ୍ୟରେ ମହାରାଷ୍ଟ୍ରରେ ଲୋକସଭା ଆସନକୁ ନେଇ ସହମତି ହୋଇଛି । ଯାହାକି ବିରୋଧୀଙ୍କ ରଣନୀତିକୁ ପୂରା ପୁରି ବିଗାଡି ଦେଇଛି । କାହିଁକି ନା ଏଠାରେ ୪୮ ଲୋକସଭା ଆସନ ରହିଛି , ଯାହା ଲୋକସଭା ନିର୍ବାଚନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୧୪ ନିର୍ବାଚନରେ ବିଜେପି-ଶିବସେନା ୪୧ ସିଟରେ କବଜା କରିଥିଲା ।

ଏହାପରେ ବିଜେପି ଦକ୍ଷୀଣକୁ ନେଇ ବି ନିଜର ରଣନୀତିକୁ ଶକ୍ତ କରିବା ପାଇଁ ତାମିଲନାଡୁରେ ଗୁରୁତ୍ୱପୂର୍ଣ୍ଣ ଗଠବନ୍ଧନ କରିଥିଲା । ଏଠାରେ ୩୯ ଆସନ ରହିଛି । ୨୦୧୪ରେ ଅନ୍ନାଦ୍ରମୁକରେ ୩୭ ସିଟ ଜିତିଥିଲେ । ୧୯ ଫେବୃଆରୀରେ ବିଜେପି ଏଠାରେ ଅନ୍ନାଦ୍ରମୁକ ଏବଂ ଡିଏମକେ ସହିତ ଗୁରୂତ୍ୱପୂର୍ଣ୍ଣ ବୁଝାମଣା କରିବା ସହିତ ବିରୋଧୀକୁ ବ୍ୟାକଫୁଟରେ ପକାଇଦେଲା । ତେବେ ପରବର୍ତ୍ତୀ ସମୟରେ କଂଗ୍ରେସ ଏବଂ ଦ୍ରମୁକ ବି ବୁଝାମଣା କରି ଏହି ମୁକାବିଲାକୁ ବରାବର ସ୍ଥିତିକୁ ନେଇ ଆସିଛନ୍ତିା ।

ଦଳବଦଳ ରାଜନୀତି ଜାରି

ତମାମ ନେତାମାନଙ୍କର ଦଳ ବଦଳ ନୀତି ଜାରି ରହିଛି । ଏଥିରେ ବିଜେପିରେ ଆସିବାର ସଂଖ୍ୟା ଅଧିକ ଥିବା ନଜର ଆସିଛି । ଏଯାବତ ବିଜେପି ବିରୋଧୀ ଦଳମାନଙ୍କର ଅନେକ ନେତାମାନଙ୍କୁ ନିଜ ଦଳରେ ସାମିଲ କରିସାରିଛି । ଏହାଦ୍ୱାରା ବିଶେଷ କରି କଂଗ୍ରେସ, ତୃଣମୂଳ କଂଗ୍ରେସକୁ ବଡ ଝଟକା ଲାଗିଛି । ଗୁଜୁରାଟରେ ୪ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ଅର୍ଥାତ୍ ୧୪ ମାର୍ଚ୍ଚରେ ହିଁ କେରଳ କଂଗ୍ରେସର ବଡ ନେତା ଟମ୍ ବଡକ୍କନ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହୋଇଥିବା ନେତା

ଟମ ବଡକ୍କନ- କଂଗ୍ରେସ ପ୍ରବକ୍ତା (୧୪ମାର୍ଚ୍ଚ)

ଜୟ ପାଣ୍ଡ୍ୟା-ବିଜଦ୍ ସାଂସଦ(୪ ମାର୍ଚ୍ଚ)

ଅନୁପମ ହାଜରା –ଟିଏମସି ସାଂସଦ(୧୨ ମାର୍ଚ୍ଚ)

ସୁଜୟ ଭିକେ ପାଟିଲ-ମହାରାଷ୍ଟ୍ର କଂଗ୍ରେସ ନେତା ରାଧାକୃଷ୍ଣ ଭିକେ ପାଟିଲଙ୍କ ପୁଅ (୧୨ମାର୍ଚ୍ଚ)

ଅର୍ଜୁନ ସିଂହ- ଟିଏମସି ବିଧାୟକ(୧୪ମାର୍ଚ୍ଚ)

ସୌମିତ୍ର ଖାନ- ଟିଏମସି ସାଂସଦ(୯ମାର୍ଚ୍ଚ)

image courtesy – en.wikipedia.org

କଂଗ୍ରେସ କ୍ୟାମ୍ପ

ବିଜେପି ସହ ଲଢେଇ ପାଇଁ କଂଗ୍ରେସ ମଧ୍ୟ ନିଜର ରଣନୀତିକୁ ଶକ୍ତ କରିବାରେ ଲାଗି ପଡିଛି । ପ୍ରତିଟି ମଂଚରୁ ରାହୁଲ ଗାନ୍ଧୀ ଉଭୟ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବାକୁ ବି ଭୁଲୁ ନାହାଁନ୍ତି । ରାଫେଲ, ନୋଟବନ୍ଦୀ, ବେରୋଜଗାରୀ ଏବଂ ଚାଷୀ ଭଳି ପ୍ରସଙ୍ଗକୁ ପାଥେୟ କରି ରାହୁଲ ସବୁବେଳେ ମୋଦିଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି । ଇତି ମଧ୍ୟରେ କଂଗ୍ରେସ ବି ନିଜ କ୍ୟାମ୍ପରେ ଅନ୍ୟ ଦଳମାନଙ୍କୁ ସାମିଲ କରିବାରେ ଲାଗି ପଡିଛି । ତେବେ କଂଗ୍ରେସ ଶିବିରରେ ବର୍ତ୍ତମାନ ପାଖାପାଖି ୨୪ ଦଳ ରହିଛନ୍ତି । ୟୁପିରେ ସପା-ବସବାକୁ ଝଟକା ମିଳିବା ପରେ କଂଗ୍ରେସ ମହାନ ଦଳ ସହିତ ହାତ ମିଶାଇଦେଇଛି । ତାମିଲନାଡୁରେ କଂଗ୍ରେସକୁ ଡିଏମକେର ସାଥ୍ ମିଳିଛି । ସେହିପରି କର୍ଣ୍ଣାଟକରେ ଜେଡିଏସ ସହ ମଧ୍ୟ କଂଗ୍ରେସ ଗଠବନ୍ଧନ ହୋଇଛି । ଏହାବ୍ୟତୀତ ବିଜେପି ସହିତ ଅନ୍ୟ ଦଳଗୁଡିକର ଅନେକ ତୁଙ୍ଗ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ହିଁ ଅନେକ ତୁଙ୍ଗ ନେତା କଂଗ୍ରେସର ହାତ ଧରିଛନ୍ତି ।

 

କଂଗ୍ରେସରେ ସାମିଲ ହୋଇଥିବା ନେତା

ସାଂସଦ ନାନା ପଟୋଲେ ଗତ ବର୍ଷ ହିଁ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ।

ପଟିଦାର ନେତା ହାର୍ଦ୍ଦିକ ପଟେଲ ୧୨ ମାକ୍ଚ୍ଚରେ ଗାନ୍ଧୀନଗରରେ ରାହୁଲ ଗାମ୍ଧୀ ଏବଂ ପ୍ରିୟଙ୍କାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ବିଜେପି ସାଂସଦ ରହିଆସିଥିବା ସାବିତ୍ରି ଫୁଲେ ବି କଂଗ୍ରେସର ହାତ ଧରିଛନ୍ତି ।

୪ ମାର୍ଚ୍ଚକୁ ସମାଜବାଦୀ ପାର୍ଟି ସାଂସଦ କେଶନ ଜହା କଂଗ୍ରେସରେ ସାମିଲ ହୋଇଛନ୍ତି । ୧୪ ମାର୍ଚ୍ଚରେ ଉତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିସି ଖଣ୍ଡୁରୀଙ୍କ ପୁଅ ମନିଷ ଖଣ୍ଡୁରୀ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।