ଯୁବ ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ ! ଜାଣନ୍ତୁ ଏଥରକ ନିର୍ବାଚନରେ ମତଦାନ ଦେବେ କେତେ ଜଣ ଭୋଟର? କେତେ ରହିଛି ପୁରୁଷ ଏବଂ ମହିଳା ମତଦାତାଙ୍କ ସଂଖ୍ୟା

123

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ତାରିଖ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳିୟ ପ୍ରାର୍ଥୀଙ୍କ ନାଁ ବି ରାଜନୈତିକ ଦଳମାନେ ଘୋଷଣା କରିବା ଆରମଂ୍ଭ କରିଦେଲେଣି । ହେଲେ ଏସବୁ ଭିତରେ ନିର୍ବାଚନରେ ପ୍ରମୁଖ ଭୂମିକା ରହିଛି ଭୋଟରମାନଙ୍କର । ବିଶେଷ କରି ଯୁବ ଭୋଟରଙ୍କ ହାତରେ ବନ୍ଧା ପଡିଛି ନେତାମାନଙ୍କର ଭାଗ୍ୟର ଡୋରି । ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତି ଦଳମାନେ ପୂରା ଦମରେ ଲାଗିପଡିଛନ୍ତି । ବିଭିନ୍ନ ପ୍ରଲୋଭନ ଦେଖାଇ ଯିବ ଭୋଟରଙ୍କ ହୃଦୟ ଜିତିବାକୁ ପୂରା ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେଥିପାଇଁ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମେତ ବିଭିନ୍ନ ରାଜନୈତିକ ଦଳମାନଙ୍କର ହାଇକମାଣ୍ଡମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ଯାଇ ନିର୍ବାଚନୀ ପ୍ରଚାରକୁ ଜୋରଦାର ଚଳାଇଛନ୍ତି । ତେବେ କଂଗ୍ରେସ ଏବଂ ବିଜେପି ନିଜର ଘୋଷଣାପତ୍ରରେ ଯୁବପିଢୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏଥର ନିର୍ବାଚନରେ ଯୁବ ଭୋଟର ନିଷ୍ପତି ନେଇପାରନ୍ତି କି ୨୦୧୯ରେ ଲାଲ କିଲାରୁ ବିଜୟର ଧ୍ୱଜା କିଏ ଉଡାଇବ ଆଉ କେଉଁ ଦଳ ସଂସଦରେ ବିପକ୍ଷରେ ବସିବ ।ସେହିଭଳି ୧୭ତମ ଲୋକସଭା ନିର୍ବାଚନକୁ ନେଇ ୨୧ତମ ସେଂଚୁରୀର ଯୁବ ଭୋଟରଙ୍କଠାରେ ଦେଖାଦେଇଥିବା ଜୋସ୍ ବିଭିନ୍ନ ରାଜନୈତିକ ଦଳମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରେ । ଏହି ଲୋକସଭା ନିର୍ବାଚନରେ ଯୁବା ଭୋଟରମାନଙ୍କର ନିର୍ବାଚନରେ ବୃଦ୍ଧି ପାଉଥିବା ସକ୍ରିୟତା ଏବଂ ସେମାନଙ୍କର ପରିବର୍ତ୍ତିତ ଚିନ୍ତାଧାରା ନିର୍ଣ୍ଣାୟକ ପ୍ରମାଣିତ ହୋଇପାରେ ।

ଲୋକସଭା ନିର୍ବାଚନ ୨୦୧୯ରେ ୮.୩ କୋଟି ଭୋଟର ପ୍ରଥମ ଥର ପାଇଁ ମତଦାନ ଦେବାକୁ ଯାଉଛନ୍ତି । ଯାହାକି ଏକ ବଡ ସଂଖ୍ୟା, ଚଳିତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି । ଏହି ଭୋଟରମାନଙ୍କ ଉପରେ ଉଭୟ ବିଜେପି ଏବଂ କଂଗ୍ରେସ ଦୁଇଟି ଯାକ ଦଳର ତିକ୍ଷୀଣ ନଜର ରହିଛି । ନିର୍ବାଚନ ଆୟୋଗଙ୍କ ମୁତାବକ, ୨୦୧୯ର ଲୋକସଭା ନିର୍ବାଚନରେ ୮୯.୬୦ କୋଟିରୁ ଅଧିକ ମତଦାତା ରହିବେ । ଏଥିମଧ୍ୟରୁ ପାଖାପାଖି ୪୬.୪୭ କୋଟି ପୁରୁଷ ଭୋଟର ରହିଥିବା ବେଳେ ୪୩.୧୩ କୋଟି ମହିଳା ଭୋଟର ଅଛନ୍ତି । ଏହା ବ୍ୟତୀତ ୩୯,୬୮୩ ଥାର୍ଡ ଜେଣ୍ଡର ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିବେ ।

ମୋଟ୍ ଭୋରଟଙ୍କ ସଂଖ୍ୟା

• ଲୋକସଭା ନିର୍ବାଚନ ୨୦୧୯ରେ ୮୯.୬୦ କୋଟିରୁ ଅଧିକ ଭୋଟର ଅଛନ୍ତି

• ପାଖାପାଖି ୪୬.୪୭ କୋଟି ପୁରୁଷ ଏବଂ ୪୩.୧୩ କୋଟି ମହିଳା ଭୋଟର ଅଛନ୍ତି

ନୂଆ ଭୋଟରଙ୍କ ସଂଖ୍ୟା

• ଲୋକସଭା ନିର୍ବାଚନ ୨୦୧୯ରେ ୮.୩ କୋଟି ମତଦାନ ପ୍ରଥମ ଥର ଭୋଟ ଦେବେ

• ପାଖାପାଖି ୧.୫ କୋଟି ଯୁବ ଭୋଟରଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ ରହିଛି

• ସେହିଭଳି ପ୍ରତି ଲୋକସଭା ମଣ୍ଡଳୀରୁ ପାଖାପାଖି ୧.୪୯ ଲକ୍ଷ ଭୋଟର ଏଭଳି ରହିଛନ୍ତି, ଯେଉଁମାନେ କି ପ୍ରଥମ ଥର ପାଇଁ ଭୋଟ ଦେବେ

ଯୁବପିଢୀ ବଦଳାଇବେ ନିର୍ବାଚନ ସମୀକରଣ

• ଏଥିରକ ଦେଶରେ ୮୯.୬୦ କୋଟି ଭୋଟର ରହିବେ

• ୧୮ରୁ ୩୫ ବର୍ଷ ବୟସର ଯୁବ ଭୋଟରଙ୍କର ସଂଖ୍ୟା ପାଖାପାଖି ୩୩ କୋଟି ରହିଛି

• ତେବେ ଏହି ଆକଳନ ମୋଟ୍ ଭୋଟରଙ୍କର ପାଖାପାଖି ୩୭ ପ୍ରତିଶତ ରହିଛି

• ୨୫ କୋଟି ଭୋଟର ୨ ବର୍ଷରୁ କମ ବୟସର ଅଟନ୍ତି

• ୩୩କୋଟି ଯୁବା ଭୋଟରଙ୍କ ମଧ୍ୟରେ ୮କୋଟି ଏଭଳି ମହିଳା ଅଛନ୍ତି, ଯେଉଁମାନେଙ୍କର ବୟସ ୨୫ ବର୍ଷ ରୁ କମ ରହିଛି

ପୁରୁଷ ସମତୁଲ୍ୟ ମହିଳାଙ୍କ ଭୋଟ

• ଏଥରକ ଲୋକସଭା ନିର୍ବାଚନରେ ମହିଳା ଭୋଟରଙ୍କର ସଂଖ୍ୟା ପାଖାପାଖି ୪୩ କୋଟିରୁ ଅଧିକ ରହିଛି

• ୨୦୧୫ରୁ ୨୦୧୮ ସୁଦ୍ଧା ମୋଟ୍ ଦୁଇ କୋଟି ୮୫ ଲକ୍ଷ ୫୫ ହଜାର ପୁରୁଷ ଏବଂ ୩.୨୪ କୋଟି ମହିଳା ନୂଆ ଭୋଟର ଭାବେ ସାମିଲ ହୋଇଛନ୍ତି ।

୧୨ ରାଜ୍ୟର ୨୧୭ଟି ଆସନକୁ ପ୍ରଭାବିତ କରିବେ ଯୁବ ଭୋଟର

ପଶ୍ଚିମବଙ୍ଗରେ ୩୨, ବିହାରରେ ୨୯, ଉତରପ୍ରଦେଶରେ ୨୪, କର୍ଣ୍ଣାଟକରେ ୨୦, ତାମିଲନାଡୁରେ ୨୦, ରାଜସ୍ଥାନରେ ୧୭, କେରଳରେ ୧୭, ଝାଡଖଣ୍ଡରେ ୧୩, ଆନ୍ଧ୍ରପ୍ରଦେଶରେ ୧୨, ମହାରାଷ୍ଟ୍ରରେ୧୨, ମଧ୍ୟପ୍ରଦେଶରେ ୧୧ ଏବଂ ଆସାମରେ ୧୦ଟି ଆସନକୁ ଯୁବ ଭୋଟର ପ୍ରଭାବିତ କରିପାରନ୍ତି ।