ବିଜେପି ସରକାରକୁ ମାୟାବତୀଙ୍କ ଟାର୍ଗେଟ୍ ! କହିଲେ ଦଳିତ ବିରୋଧୀ କେନ୍ଦ୍ରର ମୋଦିି ସରକାର ।

80

ଲଖନଉଁରେ ବିଏସପି ପ୍ରମୁଖ ମାୟାବତୀ ଏକ ପ୍ରେସ୍ କନଫ୍ରେନ୍ସରେ କେନ୍ଦ୍ର ସରକାରଙ୍କ ଉପରକୁ ଟାର୍ଗେଟ୍ କରିଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ମୋଦି ସରକାର ଦଳିତ ବିରୋଧୀ ଅଟେ । ବିଜେପି ଦଳିତମାନଙ୍କୁ ଭ୍ରମରେ ପକାଉଛି । ପ୍ରଧାନମନ୍ତ୍ରୀ ମୋଦି ସବୁ ଶାଳୀନତାକୁ ପାର୍ କରି ଦେଇଛନ୍ତି ।

ବିଏସପି ପ୍ରମୁଖ ମାୟାବତୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ଥିଲେ ସେ ସମୟରେ ମୁଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲି । କିନ୍ତୁ ମୋଦିଙ୍କ ଶାସନରେ ବିଜେପି ଏବଂ ଦେଶର ସାଂପ୍ରଦାୟିକତା ଉପରେ ସେ ଏକ କଳାଦାଗ । କିନ୍ତୁ ଆମ ସରକାର ସମୟରେ ଉତ୍ତରପ୍ରଦେଶ ଦଙ୍ଗା ଏବଂ ଅରାଜକତାରୁ ମୁକ୍ତ ଥିଲା ।