ଉତ୍ତରପ୍ରଦେଶର ରାମପୁରରେ ୩୦୦ ରୁ ଅଧିକ ଇଭିଏମ୍ ଅଚଳ : ଅବଦୁଲ୍ଲା ଆଜମ୍

111

ଲୋକସଭା ନିର୍ବାଚନ ୨୦୧୯ ର ତୃତୀୟ ପର୍ଯ୍ୟାୟ ଭୋଟିଙ୍ଗରେ ୧୫ ଟି ରାଜ୍ୟ ଏବଂ ୧୧୭ ଟି ସିଟରେ ଆଜି ଭୋଟ୍ ପଡିବ । ତୃତୀୟ ଚରଣରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ରାଜନେତାଙ୍କ ଭାଗ୍ୟ ଆଜି ଜନତା ଜନାର୍ଦ୍ଦନଙ୍କ ଅଙ୍ଗୁଳି ଟିପରେ ରହିଛି ।

ତେବେ ଉତ୍ତରପ୍ରଦେଶର ରାମପୁରରେ ସପା ପ୍ରତ୍ୟାଶୀ ଆଜମ୍ ଖାନ୍ ଙ୍କ ପୁଅ ଅବଦୁଲ୍ଲା ଅଭିଯୋଗ ଲଗାଇଛନ୍ତି କି ସେଠାରେ ୩୦୦ ରୁ ଅଧିକ ଇଭିଏମ୍ ମେସିନ୍ କାମ କରୁନାହିଁ । ଏହାସହ ସେ କହିଥିଲେ ଯେ ପୋଲିସ୍ ସେଠାରେ ଲୋକଙ୍କୁ ଧମକ ଦେଉଛନ୍ତି ଏବଂ ମେସିନ୍ ଖରାପ ଯୋଗୁଁ ଭୋଟିଙ୍ଗ୍ ମଧ୍ୟ କ୍ଷିପ୍ର ଗତିରେ ଚାଲିଛି । ଆଜମଙ୍କ ବିପକ୍ଷରେ ବିଜେପି ତରଫରୁ ଜୟାପ୍ରଦାଙ୍କୁ ମଇଦାନରେ ଓହ୍ଲାଯାଇଛି । ଏବେ ଦୁହିଁଙ୍କ ଭିତରେ ବାକ୍ ଯୁଦ୍ଧ ଚାଲୁରହିଛି । ଅବଦୁଲ୍ଲା ଅଭିଯୋଗ ଆଣିଛନ୍ତି କି ବିଜେପି ଜାଣିଛି ଯେ ରାମପୁରରୁ ତାଙ୍କ ପିତା ଆଜମଙ୍କୁ ବିଜୟ ମିଳିବ । ଏଥିପାଇଁ ଏଠାରେ ଇଭିଏମ୍ ସହ ବଡ ଧରଣର ଗଡବଡ ହେଉଛି ।