ଏକଜିଟ ପୋଲ ଉପରେ ଧ୍ୟାନ ଦିଅ ନାହିଁ । ମତଗଣନା କେନ୍ଦ୍ରରେ ଧ୍ୟାନ ରଖ, ପରିଶ୍ରମର ଫଳ ନିଶ୍ଚୟ ମିଳିବ : ପ୍ରିୟଙ୍କା ଗାନ୍ଧୀ

ପୋଲ ସର୍ଭେ ଉପରେ ଧ୍ୟାନ ନଦେବା ପାଇଁ ଦଳୀୟ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ

176

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲର ରିପୋର୍ଟ ମଧ୍ୟ ଆସିସାରିଛି । ଅନେକ ପୋଲ ନିଜ ସର୍ଭେ ରିପୋର୍ଟ ପ୍ରକାଶ ମଧ୍ୟ କରିଛନ୍ତି । ଅଧିକାଂଶ ସର୍ଭେ କହିଛି ଯେ, କେନ୍ଦ୍ରରେ ପୁଣି ଥରେ ଏନଡିଏ ସରକାର ଶାସନ କ୍ଷଣତାକୁ ଫେରିବ । ହେଲେ, ଏହାକୁ ନେଇ ବିରେଧୀ ଶିବିରରେ ଛନକା ପଶିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ପୋଲ ସର୍ଭେ ଉପରେ ଧ୍ୟାନ ନଦେବା ପାଇଁ ଦଳୀୟ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ଆଗାମୀ ଦିନରେ ଅର୍ଥାତ ଗଣତି ଦିନ ଷ୍ଟ୍ରଙ୍ଗ ରୁମ ଓ ଭୋଟ ଗଣନା ଉପରେ ଧ୍ୟାନ ଦିଅ ।

source : NDTVIndia

ଏହାକୁ ନେଇ ପ୍ରିୟଙ୍କା ଏକ ଅଡିଓ ମଧ୍ୟ ଜାରି କରିଥିବା ନେଇ ସୂଚନା ମିଳିଛି । ଅଡିଓରେ କୁହାଯାଇଛି ଯେ, ଆପଣମାନେ ଏକଜିଟ ପୋଲ ରିପୋର୍ଟକୁ ନେଇ ଚିନ୍ତା କରନ୍ତୁ ନାହଁ । କାରଣ ଏହା ଜାଣିଶୁଣି କରାଯାଇଛି । କର୍ମୀଙ୍କ ମନବୋଳକୁ ଭାଙ୍ଗିବା ପାଇଁ ଏପରି କରାଯାଇଥିବା ପ୍ରିୟଙ୍କା କହିଛନ୍ତି । ଏବଂ ଆହୁରି ସାବଧାନ ହେବା ସହ ଷ୍ଟ୍ରଙ୍ଗରୁମରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ମାନେ ନିର୍ବାଚନ ସମୟରେ ଅନେକ ପ୍ରରିଶ୍ରମ କରିଛନ୍ତି  । ତେଣୁ ତାହାର ଫଳ ଆମମାନଙ୍କୁ ନିଶ୍ଚିତ ମିଳିବ । ୨୦୧୯ ନିର୍ବାଚନରେ ଏନଡିଏ ୩୦୦ ରୁ ଅଧିକ ସିଟ ପାଇବା ସହ ପୁଣି ଥରେ ସରକାରକୁ ଫେରିବ ବୋଲି କୁହାଯାଇଛି । ତେବେ ଆଗାମୀ ଦିନରେ ଏକଜିଟ ପୋଲର ରିପୋର୍ଟ କେତେଦୂର ସତ ହେଉଛି ତାହା ଉପରେ ରହିଛି ନଜର ।