ଲୋକସଭା ନିର୍ବାଚନ ୨୦୧୯ ର ପ୍ରଥମ ଚରଣ : ୯୧ ସିଟ୍ , କଂଗ୍ରେସ ବନାମ ବିଜେପି । କାହାର ପଲା କେତେ ଭାରି ଜାଣନ୍ତୁ ।

260

ଲୋକସଭା ନିର୍ବାଚନ ୨୦୧୯ ର ପ୍ରଥମ ଚରଣରେ ୨୦ ଟି ରାଜ୍ୟର ୯୧ ଟି ସିଟ୍ ରେ ମତଦାନ ଜାରୀ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିଜର ସତ୍ତାରେ ରହିବା ପାଇଁ ପ୍ରୟାସ କରୁଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ନିଜର ହଜିଯାଇଥିବା ଜନାଧାରକୁ ପାଇବା ପାଇଁ ଚେଷ୍ଟା କରୁଛି । ଏଭଳି ସ୍ଥିତିରେ କଂଗ୍ରେସ ବନାମ ବିଜେପିର ସଂଗ୍ରାମରେ ଦୁଇ ପାର୍ଟି ଲଢେଇ ଜାରୀ ରଖିଛନ୍ତି । ଏମାନଙ୍କୁ କେଉଁ ରାଜ୍ୟରେ ଆଲୋକର କିରଣ ଦେଖାଯାଉଥିବା ବେଳେ ଆଉ କେଉଁ ରାଜ୍ୟରେ ଆଶାହୀନ ଭଳି ଲାଗୁଛି ।

ପ୍ରଥମ ଚରଣରେ ଯେଉଁ ୯୧ ଲୋକସଭା ସିଟ୍ ରେ ଭୋଟିଙ୍ଗ୍ ହେଉଛି ସେଥିରେ ୨୦୧୪ ର ୩୨ ଟି ସିଟ୍ ବିଜେପି ଜିତିଥିଲା । ପଶ୍ଚିମ ୟୁପିରେ ଯେଉଁ ୮ ଟି ସିଟରେ ମତଦାନ ହେଉଛି ଏହି ସବୁ ସିଟ୍ ବିଜେପି ପାଖରେ ରହିଛି । ଉତ୍ତରାଖଣ୍ଡର ସବୁ ୫ , ମହାରାଷ୍ଟ୍ରରରେ ୭ ରୁ ୫ , ବିହାରରେ ୪ ରୁ ୩ ସିଟ୍ ବିଜେପି ଜିତିଥିଲା । କିନ୍ତୁ ଚଳିତଥର ବିହାରରେ ଏହି ୪ ଟି ସିଟରୁ ଗୋଟିଏ ସିଟରେ ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଛି । ବାକି ଅନ୍ୟ ସିଟ୍ ରେ ସହଯୋଗୀ ମଇଦାନରେ ରହିଛନ୍ତି ।

ବିଜେପିର ଆଶା : ୨୦୧୯ ଲୋକସଭା ନିର୍ବାଚନରେ ରାଜନୈତିକ ପରିସ୍ଥିତି ଖୁବ୍ ଜଟିଳ ଅବସ୍ଥାରେ ରହିଛି । ୟୁପିରେ ସପା-ବସପା-ଆରଏଲଡି ଗଠବନ୍ଧନ ଯେଉଁଠି ଅସୁବିଧା ଆଣିଛି । ସେଠାରେ କଂଗ୍ରେସ-ଏନସିପି ମହାରାଷ୍ଟ୍ରରେ ବିହାରରେ ମହାଗଠବନ୍ଧନରେ ବିଜେପିର ମୁସ୍କିଲକୁ ଆହୁରି ବଢାଇ ଦେଇଛି । ଏଭଳି ସ୍ଥିତିରେ ବିଜେପିର ନଜର ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଭଳି ରାଜ୍ୟ ଆଡକୁ ରହିଛି । ପଶ୍ଚିମବଙ୍ଗରେ ଯେଉଁ ଦୁଇ ଲୋକସଭା ସିଟରେ ନିର୍ବାଚନ ହେଉଛି । ସେଠାରେ ବିଜେପିକୁ ଭଲ ସମ୍ଭାବନା ଦେଖାଯାଉଛି ।

ମଝିରେ ରହିଛି କଂଗ୍ରେସ : ପ୍ରଥମ ଚରଣରେ ୯୧ ଲୋକସଭା ସିଟରେ କଂଗ୍ରେସ ପାଖରେ ୭ ଟି ସିଟ୍ ରହିଛି । ୨୦୧୪ ମସିହାରେ କଂଗ୍ରେସ ଯେଉଁ ୭ ଟି ସିଟରେ ଜିତ୍ ହାସଲ କରିଥିଲା ସେଥିରେ ଦୁଇ ତେଲେଙ୍ଗାନା,ଗୋଟିଏ-ଗୋଟିଏ ଅରୁଣାଞ୍ଚଳ,ଆସାମ,ମେଘାଳୟ,ମିଜୋରାମ ଏବଂ ମଣିପୁର ସିଟ୍ ମଧ୍ୟ ସାମିଲ ରହିଛି ।