ଟଳିଗଲା ବଡ଼ ଧରଣର ଅଘଟଣ ! ମତଦାନ ନ ହେବା ପାଇଁ ନକ୍ସଲ ଫୁଟାଇଲେ ବୋମା । ଅଳ୍ପକେ ବର୍ତ୍ତିଲେ କର୍ମୀ ।

139

ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁରରେ ଗୁରୁବାର ସକାଳେ ମତଦାନକର୍ମୀଙ୍କ ଦଳକୁ କ୍ଷତି ପହଂଚାଇବା ପାଇଁ ବାରୁଦ ଥିବା ସୁରଙ୍ଗରେ ବିସ୍ଫୋଟ କରାଯାଇଥିଲା । ତେବେ ଏହି ଘଟଣାରେ କାହାର କ୍ଷତି ହେବାର ସୂଚନା ମିଳିନାହିଁ । ଜିଲ୍ଲା ପୋଲିସ୍ ଅଧିକାରୀଙ୍କ କହିବାନୁସାର ଫରସଗାଓଁ ପୋଲିସ୍ ଥାନା ଅନ୍ତର୍ଗତ ଦଣ୍ଡବନ ମାର୍ଗରେ ଆଜି କର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲଙ୍କ ଦ୍ୱାରା ଆଇଇଡି ବ୍ଲାଷ୍ଟ ପାଇଁ ଷଡଯନ୍ତ୍ର କରାଯାଇଥିଲା ।

ନକ୍ସଲ୍ ସଡକରେ ବାରୁଦ ସୁଡ଼ଙ୍ଗ କରି ମତଦାନ କର୍ମୀଙ୍କୁ ଅପେକ୍ଷା କରିଥିଲେ । କିନ୍ତୁ ଅନ୍ତିମ ସମୟରେ ସୁରକ୍ଷାକର୍ମୀ ରାସ୍ତା ବଦଳାଇ ଜଙ୍ଗଲ ରାସ୍ତାରେ କର୍ମୀଙ୍କୁ କେନ୍ଦ୍ରକୁ ନେଇଯାଇଥିଲେ । ଏହା ଅସଫଳ ହୋଇଯାଇଥିଲେ ମଧ୍ୟ ନକ୍ସଲ୍ ବମ୍ ଫୁଟାଇଥିଲେ । ତେବେ ନକ୍ସଲ ଲଗାତାର ନିର୍ବାଚନ ବିରୋଧ କରୁଛନ୍ତି । ଛତିଶଗଡ ବସ୍ତର ଲୋକସଭା କ୍ଷେତ୍ର ପାଇଁ ମତଦାନ ପ୍ରାରମ୍ଭ ହୋଇଯାଇଛି । ଏହି କ୍ଷେତ୍ରର ମତଦାତା ଆଜି ସାତ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା କରିବ । ଶାନ୍ତି ବଜାୟ ରଖିବା ପାଇଁ ୮୦ ହଜାର ଯବାନଙ୍କୁ ଡ୍ୟୁଟିରେ ରଖାଯାଇଛି । ଏହି ସବୁ କ୍ଷେତ୍ରରେ ସକାଳ ୭ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ ହେବ ।