ନିର୍ବାଚନ କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପାଇଁ ଲାଗିଲା ନୋ-ଏଣ୍ଟ୍ରି ବୋର୍ଡ ! ଏହି ୩ ଆୟୋଗଙ୍କ ଅନୁମତି ବିନା ଇସି ଭିତରକୁ ପ୍ରବେଶ କରିପାରିବେ ନାହିଁ ସାମ୍ବାଦିକ ।

83

ଲୋକସଭା ନିର୍ବାଚନର ଋତୁ ଏବେ ମୁଶଳ ଧାରାରେ ଚାଲିଛି । ନିର୍ବାଚନ ଆୟୋଗ ଏବେ ଲଗାତାର ଆଦର୍ଶ ଆଚାର ସଂହିତା ସହ ଜଡିତ ଥିବା ବଡ ବଡ ନିଷ୍ପତ୍ତି ନେଉଛନ୍ତି । ବର୍ତ୍ତମାନ ନିର୍ବାଚନ ଆୟୋଗ ସାମ୍ବାଦିକଙ୍କ ପାଇଁ ମଧ୍ୟ ଏକ ନୂଆ ଆଦେଶ ନେଇ ଆସିଛନ୍ତି ।

ନିର୍ବାଚନ ଆୟୋଗରେ ସାମ୍ବାଦିକଙ୍କ ନୋ ଏଣ୍ଟ୍ରି ବୋର୍ଡ ଲାଗିଯାଇଛି । ପତ୍ରକାରଙ୍କ ପ୍ରବେଶ ନିୟନ୍ତ୍ରଣ କରିବା ନେଇ ଆୟୋଗର ଆନ୍ତରିକ ଅଫିସରୁ ଅର୍ଡର ଆସିଛି । ଏବେ ସାମ୍ବାଦିକଙ୍କ ପାଇଁ ପ୍ରସ୍ତୁତ ହେଉଥିବା ପାସକୁ ନେଇ ଏବେ ନିର୍ବାଚନ କମିଶନ୍ ଏବେ ନୂଆ ଆଦେଶ ଦେଇଛନ୍ତି । ଏବେ କେବଳ ମୁଖ୍ୟ ନିର୍ବାଚନ ଆୟୁକ୍ତ,ଉପ ନିର୍ବାଚନ ଆୟୁକ୍ତ ଏବଂ ନିର୍ଦ୍ଦେଶକଙ୍କ ଅନୁମତି କ୍ରମେ ପାସ୍ ପ୍ରସ୍ତୁତ ହେବ । ସୁଚନାନୁସାରେ ପ୍ରଥମଥର ପାଇଁ ନିର୍ବାଚନ ଆୟୋଗଙ୍କ ପାଖକୁ ପତ୍ରକାରଙ୍କ ପ୍ରବେଶକୁ ନେଇ ଏହିଭଳି ଏକ ବିଶେଷ ଅଫିସରୁ ଅର୍ଡର ଆସିଛି । ଏହି ନୂଆ ଆଦେଶ ପୂର୍ବରୁ ଲିଖିତ ଆଦେଶ ଆଧାରରେ ପାସ୍ ପ୍ରସ୍ତୁତ କରିବା ଆବଶ୍ୟକ ଥିଲା । କିନ୍ତୁ ନୂଆ ଆଦେଶ କ୍ରମେ ନିର୍ବାଚନ ଆୟୋଗରେ ଅନ୍ୟ ଅଧିକାରୀଙ୍କର କୌଣସି କଥା କୁହାଯାଇନାହିଁ ।