ଆଜି ପାର୍ଟି ମୁଖ୍ୟାଳୟରେ ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ  ! ଆଡଭାନୀ ଓ ଯୋଶୀଙ୍କ ଟିକେଟ ସମ୍ପର୍କରେ ହୋଇପାରେ ଆଲୋଚନା 

ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡର ବୈଠକ ଆଜି ବସିବା ପାଇଁ ଯାଉଛି

171
କନକ ବ୍ୟୁରୋ : ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡର ବୈଠକ ଆଜି ବସିବା ପାଇଁ ଯାଉଛି । ଏହି ବୈଠକରେ ନିର୍ବାଚନ ସମ୍ପର୍କରେ ବିଶେଷ ଆଲୋଚନା ହେବ ବୋଲି ଜଣପଡିଛି । ଦଳର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି ବସିବାକୁ ଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ସାମିଲ ହେବେ । ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ, ପାର୍ଟିର ଶୀର୍ଷ ନେତୃତ୍ୱ ଦଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଆଗାମୀ ଦିନରେ କିପରି ଭାବରେ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ହେବ ସେନେଇ ମଧ୍ୟ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।
କେବଳ ଏତିକି ନୁହେଁ ବିରୋଧୀମାନଙ୍କୁ କିପରି ମୁକାବିଲା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯିବ । ଏହି ବୈଠକ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ନିର୍ବାଚନ ଲାଗି ବିଜେପି ସମସଦୀୟ ବୋର୍ଡର ଏହା ପ୍ରଥମ ବୈଠକ । କେବଳ ଏତିକି ନୁହେଁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସହ ଆଉ କିଛି ବରିଷ୍ଠ ନେତାଙ୍କ ଟିକଟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଏହି ନେତାଙ୍କ ସହ ରାଜ୍ୟସଭା ସାଂସଦଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଗତ ୫ ବର୍ଷ ମଧ୍ୟରେ ବିଜେପି ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀରେ କେଉଁ ପ୍ରକାର କାମ କରିଛନ୍ତି ତାହାର ଆଲୋଚନା ମଧ୍ୟ କରାଯିବାର ରହିଛି କାର୍ଯ୍ୟକ୍ରମ ।