ମସୁଦ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରହାର ! କହିଲେ ଯେ ବୋଟି ବୋଟି କରୁଥିବା ଶ୍ରୀମାନ ହେଉଛନ୍ତି କଂଗ୍ରେସ ଯୁବରାଜଙ୍କ ଖାସ୍ ଲୋକ ।

123

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ସହାରନପୁରରେ ଏକ ଜନସଭାରେ ସମ୍ବୋଧିତ କରୁଥିବା ବେଳେ ସେଠାରେ କଂଗ୍ରେସ ପ୍ରାର୍ଥୀ ଇମରାନ୍ ମସୁଦ୍ ଉପରେ ଟାର୍ଗେଟ୍ କରିଥିଲେ । ମୋଦି କହିଥିଲେ ଏଠାକାର ମାଂସ ଟୁକୁଡା ଟୁକୁଡା କରୁଥିବା ଜଣେ ଶ୍ରୀମାନ ଅଛନ୍ତି ଯେ କଂଗ୍ରେସ ଯୁବରାଜଙ୍କ ଖାସ୍ ଲୋକ ଅଟନ୍ତି । ସେ କହିଥିଲେ ବୋଟି ବୋଟି କରୁଥିବା ଲୋକ କେବେ ବେଟିଙ୍କ କଥା ଭାବିପାରିବେ ନାହିଁ । ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ କଥିତ ଭିଡିଓ ଭାଇରାଲ୍ ହେଉଛି ଏବଂ ଅଭିଯୋଗ ଲାଗିଥିଲା ଯେ ଇମରାନ୍ ମସୁଦ୍ କହିଥିଲେ ଯେ ମୋଦିଙ୍କ ଟୁକୁଡା ଟୁକୁଡା କରିଦେବେ ।

 

୨୦୧୪ ଲୋକସଭା ନିର୍ବାଚନ ସହାରନପୁର ଲୋକସଭା ସିଟରେ ବିଜେପିର ରାଘବ ଲଖନପାଲଙ୍କର ବିଜୟ ହୋଇଥିଲା । ଚଳିତଥର ମଧ୍ୟ ପାର୍ଟି ତରଫରୁ ତାଙ୍କୁ ଟିକେଟ୍ ଦିଆଯାଇଛି । ଇମରାନ୍ ମସୁଦ୍ ଦ୍ୱିତୀୟ ସ୍ଥାନରେ ଥିଲେ ଏବଂ ତାଙ୍କୁ ୪ ଲକ୍ଷରୁ ଅଧିକ ଭୋଟ୍ ମିଳିଥିଲା । ମୋଦି କହିଥିଲେ,ତାଙ୍କ ସରକାର ମୁସଲିମ୍ ନାରୀମାନଙ୍କୁ ତିନ୍ ତଲାକରୁ ମୁକ୍ତି ଦେଇଥିଲେ ।