ଏହି ସମୀକରଣରେ ଦୁଇଟି ଉତ୍ତର ଇଣ୍ଟରନେଟରେ ଲୋକମାନଙ୍କୁ ଭ୍ରମରେ ପକାଇଛି । କଣ ଆପଣ ଏହାକୁ ସମାଧାନ କରିପାରିବେ ?

65

ଇଣ୍ଟରନେଟରେ ପ୍ରତିଟି ସମୟରେ ଲୋକଙ୍କ ବୁଦ୍ଧିକୁ ପରିକ୍ଷା କରିବା ପାଇଁ କିଛି ସମୀକରଣ ଭାଇରାଲ ହୋଇଥାଏ । ଯେଉଁଥିରେ କି କେତୋଟି ସମୀକରଣକୁ ସମାଧାନ କରାଯାଇ ଆଉ ଏକ ସମୀକରଣଟିକୁ ଲୋକମାନଙ୍କ ପାଇଁ ସମାଧାନ କରିବାକୁ ଛାଡି ଦିଆଯାଇଥାଏ । ଏହି ସମୀକରଣ ଗୁଡିକୁ ଅନେକ ଲୋକ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ସେଥି ମଧ୍ୟରୁ କେତେକ ଲୋକ ସମାଧାନ କରିବାରେ ସଫଳ ହୋଇପାରୁଥିବା ବେଳେ ଆଉ କେତେକ ଲୋକ ଅସଫଳ ହୋଇଥାନ୍ତି । ଠିକ ସେହିଭଳି ଏକ ସମୀକରଣ ଆମେ ଆପଣଙ୍କ ସମ୍ମୁଖରେ ଆଣି ରଖିଛୁ । ଏଥିରେ ଚାରୋଟି ପାର୍ଟନ ରହିଛି । ଚାରୋଟି ପାର୍ଟନ ମଧ୍ୟରୁ ତିନୋଟି ସମୀକରଣକୁ ପୂର୍ବରୁ ସମାଧାନ କରିଦିଆଯାଇଛି । ଆଉ ଏକ ସମୀକରଣକୁ ଆପଣମାନେ ମାନେ ସମାଧାନ କରିବା ପାଇଁ ଛାଡି ଦିଆଯାଇଛି । ତେବେ କଣ ଆପଣ ଏହି ସମୀକରଣକୁ ସମାଧାନ କରିପାରିବେ ?

ତଳେ ଆପଣଙ୍କୁ ଆମେ ଏହି ସମୀକରଣର ଦୁଇ ଫରମୁଲା କହୁଛୁ । ଏହାକୁ ଦେଖି ଆପଣ କହିପାରିବେ କେଉଁଟା ଠିକ ଏବଂ କେଉଁଟା ଭୁଲ ।

ଏହି ସମୀକରଣର ଦୁଇଟି ଉତ୍ତର ୪୦ ଏବଂ ୯୬ । ଆପଣମାନେ ପଚାରିବେ ଏହା କେମିତି ସମ୍ଭବ ? ତେବେ ଆସନ୍ତୁ ଜାଣିବା :-
ପ୍ରଥମ ପାର୍ଟନରେ ଆପଣ ୫ ପାଇବା ପାଇଁ ୧ + ୪ରୁ ଆରମ୍ଭ କରିବେ ।
ଦ୍ୱିତୀୟରେ ୨ + ୫ = ୭ ହେଉଛି କିନ୍ତୁ ୧୨ ଯାଏ ପହଞ୍ଚିବାକୁ ହେଲେ ଆପଣଙ୍କୁ ପ୍ରଥମ ପାର୍ଟନରେ ବାହାରିଥିବା ଉତ୍ତରକୁ ଏଥିରେ ମିଶାଇବାକୁ ପଡିବ । ତେବେ ୨ + ୫ + ୫ = ୧୨ ।
ତୃତୀୟ ସମୀକରଣରେ ମଧ୍ୟ ଦ୍ୱିତୀୟ ସମୀକରମରେ ବାହାରିଥିବା ଉତ୍ତରକୁ ମିଶାଯାଇଛି । ୧୨ + ୩ + ୬ = ୨୧ ।
ଠିକ ସେହିଭଳି ଚତୁର୍ଥ ପାର୍ଟନରେ ଥିବା ସମୀକରଣକୁ ତୃତୀୟ ସମୀକରଣର ଉତ୍ତର ସହ ମିଶାଇ ଉତ୍ତର ବାହାର କରାଯାଇ ପାରିବ । ଯେପରିକି ୮ + ୧୧ + ୨୧ = ୪୦ ।

ଏହାକୁ ସମାଧାନ କରିବା ପାଇଁ ଆଉ ଏକ ଫରମୁଲା ମଧ୍ୟ ରହିଛି । ଏହାକୁ ଆମେ ସଂକ୍ଷେପରେ କହିବାକୁ ଯାଉଛୁ । କିନ୍ତୁ ଏହା ପୂର୍ବରୁ କହିରଖୁଛୁ କି ସମୀକରଣରେ ଥିବା ପ୍ରଥମ ସଂଖ୍ୟାକୁ ଏଥିରେ ଗୁଣାଯାଉଛି ।

୧ + (୧ x ୪ ) = ୫
୨ + ( ୨ x ୫ ) = ୧୨
୩ + ( ୩ x ୬ ) = ୨୧
୮ + ( ୮ x ୧୧ ) = ୯୬

ଇଣ୍ଟରନେଟରେ ଏହି ସମୀକରଣର ଦୁଇଟିଯାକ ଉତ୍ତର ଠିକ ବୋଲି କେତେକ ଲୋକ ସଂମ୍ବୋଧନ କରିଥିବା ବେଳେ ଆଉ କେତେକ ଲୋକ ପ୍ରଥମ ଉତ୍ତରଟି ଠିକ ବୋଲି କହିଛନ୍ତି । ତେଣୁ ଆପଣମାନେ ମଧ୍ୟ ଏହାକୁ ସମାଧାନ କରି ନିଶ୍ଚୟ ଉତ୍ତର ଦିଅନ୍ତୁ ।