ଆଶୀର୍ବାଦଙ୍କ ପାଇଁ ଅଭିଶାପ ହେଲା ଲୋଧା କମିଟି ରିପୋର୍ଟ

25

କନକ ବ୍ୟୁରୋ : ଲୋଧା କମିଟିର ଛାଟ । ଆର୍ଶୀବାଦଙ୍କ ପାଇଁ ହେଲା ଅଭିଶାପ । ବିଦା ହେବେ ଓସିଏ ମଙ୍ଗୁଆଳ। ଦୀର୍ଘ ୧୬ ବର୍ଷ ରାଜୁତିର ଅନ୍ତ ଘଟିବ । ଗୋଟିଏ ଯୁଗର ଘଟିବ ଅବସାନ । ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦେଖିବ ନୂଆ ମଙ୍ଗୁଆଳ । ନିର୍ବାଚନ ପରେ ନିର୍ବାଚନ ହେଉଥିଲା ହେଲେ ନିଜ ଆସନରେ ଫେବିକଲ୍ ଭଳି ଲାଖି ରହିଥିଲେ ଆର୍ଶୀବାଦ ବେହେରା । ଓଡ଼ିଶା କ୍ରିକେଟ ସଂଘରେ ଏମିତି ବୁଢ଼ିଆଣୀ ଜାଲ ବିଛା ଯାଇଥିଲା, ଯାହା ଭେଦ କରିବା ଏଯାଏଁ ସମମ୍ଭ ହେଉନଥିଲା । ତେବେ ଲୋଧା କମିଟିର ସୁପାରିଶ ଲାଗୁ ହେବା ପରେ ଆର୍ଶୀବାଦ ପଦଚ୍ୟୁତ ହେବା ନିଶ୍ଚିତ ।

ଗୋଟିଏ ମଣିଷ ଅନେକ ପଦ। ବିବାଦର ଲମ୍ବା ତାଲିକା । କେତେବେଳେ ବାରବାଟୀରେ ଜମି ବିବାଦ ତ ଆଉ କେତେବେଳେ ବୟସ ବିବାଦ। ଓସିଏ ନାଁରେ ଅଭିଯୋଗର ଲମ୍ବାଫର୍ଦ୍ଦ । ହେଲେ ଆର୍ଶୀବାଦ ଆଣ୍ଡ ଟିମ୍ ଉପରେ ଯେମିତି ଏହାର କୌଣସି ପ୍ରଭାବ ହିଁ ପଡୁନଥିଲା । ଓସିଏର ସାଙ୍ଗଠନିକ ଓ ପ୍ରଶାସନିକ ଶକ୍ତି ଯେମିତି କେନ୍ଦ୍ରୀଭୂତ ହୋଇ ରହିଯାଉଥିଲା-ହାତଗଣତି କିଛି ଲୋକଙ୍କ ପାଖରେ । ତେବେ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ କ୍ରିକେଟରୁ ସଂପୂର୍ଣ୍ଣ ଦୂରେଇ ରଖିବା ସପକ୍ଷରେ ମତ ଦେଇଛନ୍ତି କ୍ରୀଡ଼ା ସମୀକ୍ଷକ । ତେବେ ପ୍ରଶ୍ନ ଉଠୁଛି ଓସିଏ ପୁର୍ନଗଠନ ହେଲେ-ନୂଆ ବୋତଲରେ ପୁରୁଣା ମଦ ସଦ୍ରୁଶ ହେବ ନି ତ ?