ଆଜି ମଧ୍ୟରାତ୍ରରୁ ଦେଶବ୍ୟାପୀ ୨୧ ଦିନିଆ ତାଲାବନ୍ଦ । ଲକଡାଉନ ସମୟରେ କଣ ରହିବ ଖୋଲା ? କଣ ରହିବ ବନ୍ଦ ? ଗୃହମନ୍ତ୍ରାଳୟ ଜାରି କଲା ଗାଇଡଲାଇନ…

8,180

କନକ ବ୍ୟୁରୋ: ଆଜି ରାତି ୧୨ଟାରୁ ସାରା ଦେଶ ଲକ ଡାଉନ । ତମାମ ଦେଶରେ ତାଲାବନ୍ଦ । କରୋନା ମୁକାବିଲା ପାଇଁ ପୂରା ଦେଶରେ ଜାରି ହେବ ଲକଡାଉନ । ଆଜି ଏଭଳି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ସାମାଜିକ ଦୂରତା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଜଣେ ଅନ୍ୟ ଜଣଙ୍କ ଠାରୁ ଦୂରରେ ରହିଲେ ହିଁ କରୋନାର ଚକ୍ର ଭାଙ୍ଗି ହେବ । ତେଣୁ କୋରାନ ମୁକାବିଲା ପାଇଁ କେହି ଘରୁ ବାହାରନ୍ତୁନି ବୋଲି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ୨୧ ଦିନିଆ ଲକଡାଉନ ବେଳେ କଣ କଣ ଖୋଲା ରହିବ ଆଉ କଣ ବନ୍ଦ ରହିବ ତାହା ଉପରେ ଏକ ଗାଇଡଲାଇନ ଜାରି କରାଯାଇଛି । ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜାରି ହୋଇଛି । ଜରୁରୀ ସେବାକୁ ନେଇ ଗାଇଡଲାଇନ ଜାରି ହୋଇଥିବା ବେଳେ ନଜର ପକାନ୍ତୁ କେଉଁ କେଉଁ ସେବା ଲକଡାଉନ ସମୟରେ ଖୋଲା ରହିବ ।

ହସ୍ପିଟାଲ, ପେଟ୍ରୋଲ ପମ୍ପ, ଗ୍ୟାସ, ମେଡିସିନ ଷ୍ଟୋର, ରାସନ ଦୋକାନ, କ୍ଷୀର ଦୋକାନ ଖୋଲା ରହିବ । ସେହିଭଳି ବ୍ୟାଙ୍କ, ବୀମା ଓ ଏଟିଏମ ଖୋଲା ରହିବ । ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପରିବା, ଗ୍ରୋସରୀ ଓ ଫଳ ଦୋକାନ ଖୋଲା ରହିବ ।

ତେବେ ଲକଡାଉନ ସମୟରେ ସରକାରୀ ଅଫିସ, ଘରୋଇ ସଂସ୍ଥା ବନ୍ଦ ରହିବ । ସ୍କୁଲ, କଲେଜ ଏବଂ ଟ୍ରେନିଂ ସେଣ୍ଟର ବନ୍ଦ ରହିବ । ସେହିପରି ସବୁ ପ୍ରକାରର ପରିବହନ ବି ବନ୍ଦ ରହିବ । ମାତ୍ର ତାଲାବନ୍ଦ କଟକଣାରୁ ବାଦ ପଡିବେ ସବୁ ଗଣମାଧ୍ୟମ ସଂସ୍ଥା ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି ।