ପାକିସ୍ତାନକୁ ମହଙ୍ଗା ପଡ଼ିଲା ଏଲଓସିରେ ଗୁଳିବର୍ଷା ! ପାକର ୫ଟି ପୋଷ୍ଟ ସମ୍ପୂର୍ଣ୍ଣ ନଷ୍ଟ କରିଦେଲେ ଭାରତୀୟ ସେନା

386

କନକ ବ୍ୟୁରୋ : ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ କରିବା ପରେ ନିୟନ୍ତ୍ରଣ ରେଖାରେ ଦୁଇ ଦେଶ ମଧ୍ୟରେ ଉତେଜନା ବଢିଛି । ପାକିସ୍ତାନ ପଟୁ ଲଗାତାର ଗୁଳିବର୍ଷା ହେଉଛି । ସିୟାଲକୋଟ ସେକ୍ଟରରେ ପାକିସ୍ତାନ ଟ୍ୟାଙ୍କ୍ ବ୍ୟବହାର କରାଯାଇଥିଲା । ୧୦ ଜଣ ଭାରତୀୟ ଯବାନ ଆହତ ହୋଇଥିବାର ସୂଚନା ମିଳିଛି । ଭାରତୀୟ ସେନାରେ ଉପଯୁକ୍ତ ଯବାବ ଦେଉଛି । ବାଲାକୋଟ୍, ଚକୋଟି ସମେତ ୧୩ ଆତଙ୍କବାଦୀ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ତରଫରୁ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକିସ୍ତାନ ପଟୁ ମନଜୋତ ପୁଂଛ, ନୌସେରା ରଜୌରୀ, ଅଖନୁର ଓ ସିୟାଲକୋଟ ସେକ୍ଟରରେ ଗୁଳିବର୍ଷା ହେଉଛି । ପୁଂଛ ସେକ୍ଟରେ କିଛି ଘର ନଷ୍ଟ ହେବା ସହ ଦୁଇ ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି ।

ତେବେ ପାକିସ୍ତାନର ଗୁଳିବର୍ଷାର କଡ଼ା ଜବାବ ଦେଉଛି ଭାରତ । ଭାରତୀୟ ସେନା ପକ୍ଷରୁ ହେଉଥିବା ଗୁଳିବର୍ଷା ଯୋଗୁଁ ପାକିସ୍ତାନର ୫ ଟି ପୋଷ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାବ୍ୟତୀତ ପାକିସ୍ତାନର ରେଞ୍ଜର୍ସ ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନା ଶତ୍ରୁକୁ କ୍ଷତି ପହଞ୍ଚାଇଛି । ପାକିସ୍ତାନ ପଟୁ ହୋଇଥିବା ଗୁଳିବର୍ଷା ଯୋଗୁଁ ୧୦ ଭାରତୀୟ ଯବାନ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ପୁଲୱାମା ହମଲାର ପ୍ରତିଶୋଧ ମାତ୍ର ୧୨ ଦିନ ଭିତରେ ନେଇଛି ଭାରତ । ୧୯୭୧ ପରେ ପାକିସ୍ତାନ ମାଟିରେ ଭାରତ କରିଛି ସବୁଠୁ ବଡ ଏୟାର ଷ୍ଟ୍ରାଇକ୍ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ବଡ ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋରୁ ପାକିସ୍ତାନ ମାଟିରେ ପଶି ଆତଙ୍କୀ ଲଂଚପ୍ୟାଡ ଉପରେ ଜୋରଦାର ବୋମା ବର୍ଷଣ କରିଛି ଭାରତୀୟ ଯୁଦ୍ଧ ବିମାନ । ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍, ମୁଜାଫରାବାଦ ଓ ଚକୋଟିରେ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତ । ପୁଲୱାମା ହମଲା ପଛରେ ଥିବା ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣା ଉପରେ ହୋଇଛି ସାଂଘାତିକ ଆକ୍ରମଣ ।