ବିଜେପିର ହେଭିୱେଟ୍ ନେତାଙ୍କୁ ଆଡଭାନୀ ମାରିଲେ ତେରଛା ବାଣ ! କହିଲେ, ବିଜେପିକୁ ବିରୋଧ କରିବା ଦେଶଦ୍ରୋହ ନୁହେଁ ।

2,348

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ, ବଡ ବୟାନ ରଖିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଏଥର ନିର୍ବାଚନରେ ଟିକେଟ ପାଇନଥିବା ଲାଲକୃଷ୍ଣ ଆଡଭାନୀ ଆଜି ଦଳର ମୁଖିଆମାନଙ୍କୁ ଏପରି ଏକ ତେରେଛା ବାଣ ମାରିଛନ୍ତି, ଯେ ସେମାନେ ଅପ୍ରସ୍ତୁତ ହୋଇପଡିଛନ୍ତି । ଆସନ୍ତା ୬ରେ ବିଜେପି ପ୍ରତିଷ୍ଠା ଦିବସ ପାଳନର ଦୁଇ ଦିନ ପୂର୍ବରୁ ସେ ଏକ ବ୍ଲଗ୍ ଲେଖି କହିଛନ୍ତି ଯେ ଯେଉଁମାନେ ବିଜେପିକୁ ବିରୋଧ କରୁଛନ୍ତି ସେମାନେ ଦେଶଦ୍ରୋହୀ ନୁହଁନ୍ତି । ତାଙ୍କ ଦଳ କେବେମଧ୍ୟ ନିଜର ବିରୋଧୀମାନଙ୍କୁ ଶତ୍ରୁଭାବରେ ଦେଖୁନଥିଲା, ବରଂ ସେମାନଙ୍କୁ ପ୍ରତିପକ୍ଷଭାବେ ଦେଖୁଥିଲା ।

ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି ହେଉଛି ବିବିଧତା ଓ ମତ ପ୍ରକାଶ କରିବାର ସ୍ୱାଧିନତା । ଯେଉଁମାନେ ବିଜେପି ସହ ଏକମତ ନଥିଲେ ସେମାନଙ୍କୁ କେବେ ହେଲେ ଦେଶଦ୍ରୋହୀ ବୋଲି ମନେକରାଯାଉନଥିଲା । ଏକ ଦଳୀୟ ନିଷ୍ପତ୍ତିକ୍ରମେ ବିଜେପି ୭୫ ବର୍ଷରୁ ଅଧିକ ବୟସର ପ୍ରାର୍ଥୀମାନଙ୍କୁ ଟିକେଟ ଦେଉନାହିଁ । ଏଥର ବିଜେପି ଆଡଭାନୀଙ୍କ ଗାନ୍ଧିନଗର ସିଟକୁ ଦଳର ସଭାପତି ଅମିତ ଶାହାକୁ ପ୍ରଦାନ କରିଛି । ଏହାକୁ ନେଇ ଦଳକୁ ବିରୋଧୀମାନେ ଟାର୍ଗେଟ କରିଛନ୍ତି ।