ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ସାରା ଭାରତ ମନେ ପକାଉଛି ତାଙ୍କ ଅଭୁଲା ସ୍ମୃତିକୁ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୩ତମ ସ୍ୱର୍ଣ୍ଣ ନକ୍ଷେତ୍ର

192

କନକ ବ୍ୟୁରୋ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୩ତମ ସ୍ୱର୍ଣ୍ଣ ନକ୍ଷେତ୍ର । ୧୯୨୪ ମସିହା ଆଜିର ଦିନରେ ଅଟଳ ଜନ୍ମ ନେଇଥିଲେ ଗ୍ୱାଲିୟର ସହରରେ । ତେବେ ତାଙ୍କର ଜନ୍ମଦିନକୁ ସରକାର ସୁ ଶାସନ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରି ନିଷ୍ପତ୍ତି କେନ୍ଦ୍ର ସରକାର ୨୦୧୪ ମସିହାରେ ନେଇଥିବା ସୂଚନା ମିଳେ । ଅଟଳଙ୍କ ବାପା ଜଣେ ଶିକ୍ଷକ ଥିଲେ । ତେବେ ଅଟଳ ୧୯୩୯ ମସିହାରେ ଆଇଏସଏସରେ ଯୋଗ ଦିଅନ୍ତି । ଏହାପରେ ସଂଘର ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରନ୍ତି ଅଟଳ । ଏହାପରେ ୧୯୪୭ ମସିହାରେ ସଂଘରେ ଜଣେ ସବୁଦିନିଆ କର୍ମୀ ଭାବରେ କାମ କରନ୍ତି । ୧୯୫୧ ମସିହାରେ ଭାରତୀୟ ଜନ ସଂଘରେ ଯୋଗ ଦେବା ସହ ଦେଶ ପାଇଁ କାମ କରନ୍ତି ।

 

ଏହାପରେ କେବେ ଆଉ ପଛକୁ ଫେରିନଥିଲେ । ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଥିଲେ । ଏହାପରେ ୧୯୯୮ ମସିହା ମାର୍ଚ୍ଚ ୧୯ ରେ ଦେଶର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରନ୍ତି । ୧୯୯୬ ମସିହାରେ ମଧ୍ୟ ଅଳ୍ପ କେତେ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୫ ମସିହାରେ ଭାରତ ରତ୍ନ ସମ୍ମାନରେ ତାଙ୍କୁ ସମ୍ମାନ କରାଯାଇଥିଲା । କେବଳ ଭାରତର ନୁହେଁ ସାରା ବିଶ୍ୱରେ ଅଟଳଙ୍କ ନାମ ଅମର ହୋଇ ରହିଛି । ଦେଶ ପାଇଁ ଅନେକ ଗୌରବର କାମ କରିଛନ୍ତି ଅଟଳ । ରାଜସ୍ଥାନ ପୋଖରାନର ପରମାଣୁ ପରୀକ୍ଷାଠାରୁ ଆରମ୍ଭ କରି ଜାତୀୟ ରାଜପଥ ନିର୍ମାଣ ବା ସଂଯୋଗୀକରଣରେ ତାଙ୍କର ଭୂମିକା ରହିଛି ଗୁରୁତ୍ୱପୂର୍ଣ୍ଣ ।

 

୨୦୧୮ ମସିହା ଅଗଷ୍ଟରେ ସାରା ଦେଶ ସ୍ତବ୍ଧ ହୋଇ ରହିଗଲା ଯେଉଁ ସମୟରେ ଖବର ଆସିଲା ଅଟଳ ଆଉ ନାହାନ୍ତି । ସାରା ଦେଶରୁ ଅଟଳଙ୍କୁ ଶେଷ ଦର୍ଶନ ପାଇଁ ନେତାଙ୍କ ଭିଡ ଜମିବାରେ ଲାଗିଥିଲା । କେବଳ ଭାରତ ନୁହେଁ ବରଂ ବିଦେଶରୁ ଅନେକ ନେତା ଅଟଳଙ୍କୁ ଶ୍ରଦ୍ଧଜ୍ଞଳୀ ଦେବା ପାଇଁ ଭାରତରେ ପହଞ୍ଚିଥିଲେ । ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କୁ ମନେ ପକାଉଛି । ବର୍ତମାନ ସମୟରେ ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ସେ ଉଦଜୀବିତ ହୋଇ ରହିଛନ୍ତି ।

Comments are closed.