ଡେନବର ଓ୍ଵାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ, ଅନେକ ଆହତ

31

କନକ ବ୍ୟୁରୋ : ଡେନବର ଉପନଗରୀସ୍ଥିତ ଏକ ଓ୍ଵାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ । ଆତାତୟୀଙ୍କ ଗୁଳିରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । କଲରାଡୋ ଅନ୍ତର୍ଗତ ଥର୍ଣ୍ଣଟନ ପୋଲିସ ପୀଡ଼ିତମାନଙ୍କର ସଂଖ୍ୟା ପ୍ରକାଶ କରିନାହିଁ କି, ଆକ୍ରମଣକାରୀଙ୍କୁ ହାଜତକୁ ନିଆଯାଇଛି କି, ନାହିଁ ସେ କଥା ମଧ୍ୟ ସ୍ପଷ୍ଟ କରିନାହିଁ। ଡେନବରର ଉତ୍ତରପୂର୍ବକୁ ପ୍ରାୟ ୧୬ କିଲୋମିଟର ଦୂରରେ ଥର୍ଣ୍ଣଟନ ଅବସ୍ଥିତ। ଆମର ଏକାଧିକ ଲୋକ ଗୁଳି ଚୋଟ ଖାଇଛନ୍ତି, ସେମାନଙ୍କର ଅବସ୍ଥା କ’ଣ ଆମେ ଆକଳନ କରିବାକୁ ଉଦ୍ୟମ କରୁଛୁ ବୋଲି ଥର୍ଣ୍ଣଟନ ପୁଲିସ ବିଭାଗର ଅଧିକାରୀ ଭିକ୍ଟର ଏବିଲା ଗଣମାଧ୍ୟମକୁ କହିଛନ୍ତି।

ଏବିଲା କହିଛନ୍ତି ଯେ ସନ୍ଧ୍ୟା ସାଢ଼େ ଛଅଟା ବେଳେ ପୁଲିସକୁ ଷ୍ଟୋରରୁ ଡାକରା ଆସିଥିଲା। ଘଟଣାସ୍ଥଳରେ ପୁଲିସ ଅଧିକାରୀମାନେ ପହଞ୍ଚିଲାବେଳକୁ ଗୁଳି ଚାଳନା ବନ୍ଦ ହୋଇ ସାରିଥିଲା।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଅନୁସାରେ ଜଣେ ମହିଳା ଯାହାଙ୍କ ପୁଅ ଓ୍ଵାଲ୍ମାର୍ଟରେ ଥିଲା, ସେ ତା’ ମାଆଙ୍କୁ କହିଛି ଯେ ସେ ପ୍ରାୟ ୩୦ଟି ଗୁଳିଫୁଟିବା ଶବ୍ଦ ଶୁଣିଛି ଏବଂ ସେ ତଥାପି ଷ୍ଟୋର ମଧ୍ୟରେ ରହିଥିଲା । ଆମେରିକା ଇଣ୍ଟରସେଟ୨୫ ପାଖରେ ଷ୍ଟୋରଟି ଅବସ୍ଥିତ।

ଗତକାଲି ନ୍ୟୁୟର୍କର ଲୋୟର ମେନହଟନର ୱାଲଡ ଟ୍ରେଡ ସେଂଟର ମୋମୋରିଆଲ ନିକଟରେ ଏକ ଟ୍ରକ ଲୋକଙ୍କ ଉପରେ ଚଢିଯାଇଥିଲା । ଏଥିରେ ପ୍ରାୟ ୮ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଥିଲେ । ଆକ୍ରମଣ ପରେ ସନ୍ଦିଗ୍ଧ ଆତଙ୍କବାଦୀ ଫେରାର ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗିରଫ କରିଛି । ଦୁଇ ଦିନ ଭିତରେ ଦୁଇଟି ଆକ୍ରମଣ ଲୋକଙ୍କ ଚିନ୍ତା ବଢାଇଦେଇଛି ।