କ୍ୟାମେରା ଦେଖିଲା ବୋମାମାଡ ! ଗତକାଲିି ବ୍ରହ୍ମପୁର ସହରର ଢିପସାହିରେ କାର ଉପରେ ହୋଇଥିଲା ବମିଂ ।

32

ସାମନାକୁ ଆସିଲା ଚଳନ୍ତା କାର ଉପରକୁ ବୋମା ମାଡର ଲାଇଭ୍ ଦୃଶ୍ୟ । ସିସିଟିଭିରେ କଏଦ ହୋଇଛି ଏହି ଲାଇଭ୍ ବୋମା ମାଡର ଦୃଶ୍ୟ । ଏହି ଦୃଶ୍ୟ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଢ଼ିପ ସାହିରେ ଘଟିଥିବା ବୋମାମାଡର ଦୃଶ୍ୟ । ଜଣେ ଦୁବୃର୍ତ ଅତି ଚତୁରତାର ସହିତ ଗୋଟିଏ ବୋମା ଭର୍ତି ବ୍ୟାଗ ଧରି ରାସ୍ତା ଉପରେ ଏକ ଗାଡିକୁ ଟାର୍ଗେଟ କରୁଛି । ଆଉ ଲକ୍ଷ୍ୟ କରି ଗାଡି ଉପରକୁ ବୋମା ମାଡ କରୁଛି । ବମିଂ ପରେ ସମଗ୍ର ଅଂଚଳ ଧୂଅାଁରେ ଭରି ଯାଇଥିଲା ।

ଗତକାଲି ସକାଳ ପ୍ରାୟ ସାଢ଼େ ୮ଟାବେଳେ ଏହି ଘଟଣା ଘଟିଥିିଲା । ଏଥିରେ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏମାନେ ସମସ୍ତେ ଦୁର୍ଦାନ୍ତ ଅପରାଧି ଚିକେନ ରବି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡିଛି ଏବଂ କିଛି ଦିନ ତଳେ ଜାମିନରେ ମୁକୁଳିଥିଲେ । ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଥିଲା । ଘଟଣାସ୍ଥଳରୁ ୪ଟି ଅଫୁଟା ବୋମା ଓ ବାଇକ୍ ଉଦ୍ଧାର କରିଛି ପୋଲିସ୍ ।