ଗାଁ, କୃଷି ଓ ଭିତ୍ତିଭୂମିର ବଜେଟ ! ନିର୍ବାଚନ ଆଗରୁ ସବୁ ବର୍ଗକୁ ଜେଟଲିଙ୍କ ଉପହାର, ଜାଣନ୍ତୁ କିଏ ପାଇଲା କ’ଣ ?

287

କନକ ବ୍ୟୁରୋ : କେନ୍ଦ୍ର ସରକାର ନିଜର କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିଦେଇଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟଲି  ୨୦୧୮ର କେନ୍ଦ୍ରୀୟ ସାଧାରଣ ବଜେଟ୍ ବଜେଟ୍ ଆଗତ କରିଛନ୍ତି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ପରେ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ କରିବା ପାଇଁ ଜେଟଲି ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପରେ କ୍ୟାବିନେଟ୍ ମିଟିଙ୍ଗ୍ ଅନୁଷ୍ଠିତ ହୋଇଥିଲା । ୨୦୧୮ କେନ୍ଦ୍ରୀୟ ବଜେଟ୍ କ୍ୟାବିନେଟ୍ ଅନୁମୋଦନ କରିବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବଜେଟ୍ ଅଭିଭାଷଣ ଆରମ୍ଭ କରିଛନ୍ତି ।

ବିଶ୍ୱରେ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କଥା ଜେଟଲି ଅଭିଭାଷଣ ପ୍ରାରମ୍ଭରେ କହିଥିଲେ ।  ଜିଏସଟି ଲାଗୁ ପରେ ଦେଶରେ ଟିକସ ଆଦାୟ ବଢିଛି । ଜିଏସଟିକୁ ସରଳୀକରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଭାରତ ହେବ ଦେଶର ପଂଚମ ବଡ ଅର୍ଥ ବ୍ୟବସ୍ଥା । ଗରିବୀ ଦୂର ପାଇଁ ଦେଶକୁ ମଜବୁଦ କରାଯିବ । ଫୋକସରେ ରହିବ ଗ୍ରାମାଚଂଳରେ ବିକାଶ । ଦେଶରେ ବିଦେଶୀ ପୁଜିଂନିବେଶ ବଢିଛି କହିଲେ ଜେଟଲି । ଦେଶରେ ନଗଦ କାରବାର କମିବା କଥା ପ୍ରକାଶ କରିଛନ୍ତି ଜେଟଲି ।

କୃଷକଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି ଜେଟଲି । ଜେଟଲିଙ୍କ ୨୦୧୮ ହିସାବ ନିକାଶରେ କୃଷି ଓ କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ୧୧ ଲକ୍ଷ କୋଟିର କୃଷି ଋଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୨୦୨୨ ସୁଦ୍ଧା କୃଷକ ଆୟ ଦୁଇଗୁଣ ହେବ । ଖରିଫ ଫସଲରେ ଏମଏସି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ହେବ । ସବୁ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ । ଜଳସେଚନ ପାଇଁ ୨୬ ଶହ କୋଟିର ପାଣ୍ଠି ବ୍ୟୟ ବରାଦ କରିଛନ୍ତି ଜେଟଲି । କୃଷି ଉତ୍ପାଦନ ବଢିବା କ୍ଷେତ୍ରରେ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଦେଶର ଚାଷୀ ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ କରିଛି । ୨ଶହ ୭୫ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । କେବଳ ୩୦ କୋଟି ଟନର ଫଳ ଉତ୍ପାଦନ ହୋଇଛି । କୃଷକର କୃଷି ଉତ୍ପାଦନ ବିକିବା ପାଇଁ ୨୨ ହଜାର ହାଟ କରାଯାଇଛି । କୃଷି ବଜାର ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ନୂଆ ଗ୍ରାମୀଣ ବଜାର ଇନେମ ଖୋଲାଯିବ । ଆଳୁ, ଟମାଟୋ ଓ ପିଆଜ ଚାଷୀଙ୍କ ପାଇଁ ଅପେରସନ ଗ୍ରୀନ ଯୋଜନା ଆରମ୍ଭ କରାଯିବ । ଆଳୁ, ଟମାଟୋ ଓ ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୪୨ ମେଗା ଫୁଡ ପାର୍କ କରାଯିବ । ପଶୁପାଳନ ଓ ମତ୍ସଚାଷ ପାଇଁ କିସାନ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବ । ଏ ବାବଦକୁ ଦୁଇଟି ଫାଣ୍ଠି ଜରିଆରେ ୧୦ କୋଟି ଖର୍ଚ୍ଚ କରାଯିବ । ବାଉଁଶକୁ ଜଙ୍ଗଲ ଠାରୁ ଅଲଗା କରାଯିବ । କେବଳ ବାଉଁଶ ଜଙ୍ଗଲ ପାଇଁ ୧ ହଜାର ୨ଶହ ୯୦ କୋଟି ଟଙ୍କା ଖର୍ଚ କରାଯିବ ।

ଦେଶର ୪୦ପ୍ରତିଶତ ଜନତାଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ ବୀମା ଘୋଷଣା କଲେ ଜେଲଟି । ଆୟୁଷ୍ମାନ ଯୋଜନାରେ ମିଳିବ ସ୍ୱାସ୍ଥ୍ୟ ବୀମା ।ହେଲ୍ଥ ୱେଲନେସ କେନ୍ଦ୍ର ଗଠନ ପାଇଁ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ୧.୫ ଲକ୍ଷ ଆରୋଗ୍ୟ କେନ୍ଦ୍ର ଖୋଲଯିବ । ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି । ୫୦ କୋଟି ଲୋକଙ୍କୁ ମିଳିବ ସରକାରୀ ସ୍ୱାସ୍ଥ୍ୟବୀମା । ୧୦ କୋଟି ଗରିବ ପରିବାର ହେବେ ଉପକୃତ । ଦେଶର ୪୦ ପ୍ରତିଶତ ଲୋକଙ୍କୁ ସରକାରୀ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଗୋଟିଏ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକତ୍ସା ଯୋଗାଇ ଦିଆଯିବ । ୨୪ଟି ନୂଆ ମେଡିକାଲ କଲେଜ ଖୋଲିବ । ଯକ୍ଷ୍ମା ରୋଗୀଙ୍କୁ ମାସିକ ୫୦୦ ଟଙ୍କାର ସହାୟତା

୮ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ କନେକ୍ସନ ଯୋଗାଇ ଦିଆଯାଇଛି । ଉଜ୍ୱଳା ଯୋଜନା ମାଧ୍ୟମରେ ଗ୍ୟାସ ଯୋଗାଇ ଦିଆଯାଇଛି । ୪ କୋଟି ଗରିବ ପରିବାରକୁ ହୋଇଛି ବିଜୁଳି ସଂଯୋଗ । ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ କରାଯିବ । ୬ କୋଟି ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କ ଗରିମା ବଢିଛି । ଚଳିତ ବର୍ଷ ଆଉ ୨କୋଟି ଶୌଚାଳୟ । ସବୁ ଗରିବଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇ ଦିଆଯିବ । ପ୍ରଧାନ ଆବାସ ଯୋଜନାରେ ଘର ଦିଆଯିବ । ୫୧ ଲକ୍ଷ ନୂଆ ଘର ତିଆରି ଚାଲିଛି

ବଜେଟରେ ଆଦିବାସୀ ପିଲାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଜେଟଲି । ଆଦିବାସୀ ପିଲାଙ୍କ ପାଇଁ ଏକଲବ୍ୟ ମଡେଲ ସ୍କୁଲ ତିଆରି ହେବ । ପ୍ରି ନର୍ସରୀରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଜେଟଲି । ପ୍ରି ନର୍ସରୀରୁ ଦ୍ୱାଦଶ ପର୍ଯ୍ୟନ୍ତ ଗୋଟିଏ ଶିକ୍ଷା ନୀତି ଲାଗୁ ହେବ । ଚଳିତ ବଜେଟରେ ସବୁ ପିଲାଙ୍କୁ ସ୍କୁଲ ପହଚାଂଇବା ଲକ୍ଷ୍ୟ ରହିଛି । ଡିଜିଟାଲ ବୋର୍ଡରେ ପରିଣତ ହେବ ବ୍ଲାକ ବୋର୍ଡ । ଶିକ୍ଷକଙ୍କ ପାଇଁ ଇଂଟିଗ୍ରେଟେଡ ବିଇଡି ଯୋଜନା । ବଡୋଦରାରେ ରେଲୱେ ୟୁନିଭରର୍ସିଟି ହେବ ।

ରେଳବାଇ ପାଇଁ ୧ ଲକ୍ଷ ୪୮ ହଜାର କୋଟିର ବ୍ୟୟ ଅଟଳଳ ହୋଇଛି । ଭାରତର ସଂପୂର୍ଣ୍ଣ ରେଳପଥକୁ ବ୍ରଡ ଗଜ କରାଯିବ । ସବୁ ରେଳ ଷ୍ଟେସନକୁ ୱାଇଫାଇ, ଓ ସିସିଟିଭି ଲଗାଯିବ । ୬୦୦ ଷ୍ଟେସନର ଆଧୁନିକରଣ ହେବ । ୩୬୦୦ ନୂଆ ରେଳଲାଇନ ବିଛାଇବା ଲକ୍ଷ୍ୟ ରହିଛି