ବିଦେଶରେ ଚମକିଲେ ଓଡିଆ ଝିଅ । ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ବିଜେତା ହେଲେ ଶ୍ରୀବାଲି ଦାସ

1,867

କନକ ବ୍ୟୁରୋ: ଭାରତରୁ ପ୍ରତିନିଧିତ୍ୱ କରିବେ ଓଡିଆ ଝିଅ ଶ୍ରୀବାଲି ଦାସ । ଜୁନିୟର ମଡେଲ ଇଂଟରନ୍ୟାସନାଲ ୨୦୧୯ରେ ବିଶ୍ୱସ୍ତରରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି ଶ୍ରୀବାଲି । ଏହା ସହ ସେ କେରଳ କାଲିକଟଠାରେ ଆୟୋଜିତ ଅନ୍ତଜାର୍ତୀୟ ଜୁନିୟର ସୁନ୍ଦରୀ ପ୍ରତିଯୋଗିତାର ବିଜେତା ହୋଇଛନ୍ତି । ୯ବର୍ଷୀୟା ଶ୍ରୀବାଲି ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବେଷ୍ଟ ଟ୍ୟାଲେଂଟ ଓ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଟାଇଟଲ ଜିତିଛନ୍ତି ।

ପ୍ରତିଯୋଗିତାରେ ନ୍ୟାସନାଲ ଟାଇଟଲ ଜିତିବା ପରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ମଡେଲ ଇଂଟରନ୍ୟାସନାଲ ୱାଲର୍ଡ ଫାଇନାଲରେ ଭାଗନେବାକୁ ସେ ମନୋନୀତ ହୋଇଛନ୍ତି । ଶ୍ରୀବାଲି ଓଡିଶୀ ନୃତ୍ୟ ଓ ସଙ୍ଗୀତରେ ବେଶ୍ ପାରଙ୍ଗମ । ଏହାସହ ଫ୍ୟାଶନ ଓ ମଡେଲିଂ ପ୍ରତି ତାଙ୍କର ଦୁର୍ବଳତା ରହିଛି ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ପିଆନୋ ବାଦନ ସହ ଅଭିନୟ ଓ ମଂଚ ଉପସ୍ଥାପନା କରିବାରେ ମଧ୍ୟ ସେ ଉକ୍ରର୍ଷ ପ୍ରତିପାଦନ କରିପାରିଛନ୍ତି । ନିଜର ସଫଳତା ପାଇଁ ବାପା,ମା, ଗୁରୁଜନଙ୍କ ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ସଙ୍ଗୀତ ଗୁରୁଙ୍କୁ ଶ୍ରେୟ ଦେଇଛନ୍ତି ଶ୍ରୀବାଲି ।