ଲିଟିଲ୍ ମିସ୍ ୟୁନିଭର୍ସ ପ୍ରତିଯୋଗୀ ପଦ୍ମାଳୟାଙ୍କୁ ରାଜ୍ୟପାଳଙ୍କ ପ୍ରତିଶ୍ରୁତି : ଜର୍ଜିଆ ଯିବା ପାଇଁ ଯୋଗାଇ ଦିଆଯିବ ଆର୍ଥିକ ସହାୟତା

22

କନକ ବ୍ୟୁରୋ : ରାଜ୍ୟପାଳଙ୍କୁ ଭେଟିଲେ ଲିଟିଲ୍ ମିସ୍ ୟୁନିଭର୍ସ ପ୍ରତିଯୋଗୀ ପଦ୍ମାଳୟା ନନ୍ଦଙ୍କ ପରିବାର । ୟୁରୋପର ଜର୍ଜିଆରେ ଜୁନ୍ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଟିସ୍ ମିସ୍ ୟୁନିଭର୍ସ କମ୍ପିଟିସନରେ ଭାଗ ନେବେ ପଦ୍ମାଳୟା । ତେବେ ଏଥିପାଇଁ ରାଜ୍ୟପାଳଙ୍କୁ ଭେଟି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ପଦ୍ମାଳୟାଙ୍କ ପରିବାର ।

ତେବେ ପଦ୍ମାଳୟାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗୀତାର ଶେଷ ପର୍ଯ୍ୟାୟରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ପଦ୍ମାଳୟା ନନ୍ଦ ।