ଗୃହମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଆ ଝିଅ ପଦ୍ମାଳୟା ନନ୍ଦ ! ଲିଟିଲ୍ ମିସ୍ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତା ପାଇଁ ହୋଇଛନ୍ତି ଯୋଗ୍ୟ ବିବେଚିତ

49

କନକ ବ୍ୟୁରୋ: ଲିଟିଲ୍ ମିସ୍ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ଓଡ଼ିଆ ଝିଅ ପଦ୍ମାଳୟା ନନ୍ଦ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି । ଗ୍ରୀସରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବରୁ ରାଜନାଥଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ପଦ୍ମାଳୟା । ଆସନ୍ତା ୩୧ ତାରିଖରୁ ଜୁନ୍ ୬ ତାରିଖ ଯାଏଁ ହେବାକୁ ଥିବା ଏହି ଲିଟିଲ୍ ମିସ୍ ୟୁନିଭର୍ସ ଏବଂ ଲିଟିଲ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ପଦ୍ମାଳୟା ।

ବିଶ୍ୱର ଶ୍ରେଷ୍ଠ ୧୬ ଜଣଙ୍କ ଭିତରେ ରହିବା ସହ ଏହି ପ୍ରତିଯୋଗିତାରେ ସାମିଲ ହେବାର ଗୌରବ ସେ ଅର୍ଜନ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଏସ୍ସି ଜମିରଙ୍କୁ ମଧ୍ୟ ଭେଟିଥିଲେ ପଦ୍ମାଳୟା ନନ୍ଦ । କେରଳରେ ଅନୁଷ୍ଠିତ ଲିଟିଲ ମିସ୍ ଜୁନିୟର ମଡେଲ ଇଂଟରନ୍ୟାସନାଲ ପ୍ରତିଯୋଗୀତାରେ ବିଜୟ ମୁକୁଟ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ପଦ୍ମାଳୟା