ଭାରତ ବିଶ୍ୱକପରୁ ବିଦା ହେବାପରେ ଭାଙ୍ଗିଲା କୁନି ପ୍ରଂଶସକଙ୍କ ମନ : କଇଁକଇଁ କାନ୍ଦିବା ସହ କହିଲେ ମୁଁ ଖେଳିଥିଲେ ଜିତାଇଥାନ୍ତି ମ୍ୟାଚ

308

କନକ ବ୍ୟୁରୋ : ଭାରତର ତୃତୀୟ ଥର ପାଇଁ ୱାଲ୍ଡ ଚାମ୍ପିଆନ୍ ହେବାର ସ୍ୱପ୍ନ ମଉଳିଗଲା । ବିଶ୍ୱକପର ସେମିଫାଇନାଲରେ ହାରିବା କ୍ରିକେଟ୍ ଫ୍ୟାନଙ୍କୁ କରିଛି ନିରାଶ । ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ୧୩୦ କୋଟି ଲୋକଙ୍କ ହୃଦୟ ଭାଙ୍ଗିଗଲା । ମାଂଚେଷ୍ଟରରେ ଭାରତ ହାରିଯିବା ପରେ ଏହାର ପ୍ରଭାବ ବଲାଙ୍ଗୀରରେ ଦେଖିବାକୁ ମିଳିଛି । ବଲାଙ୍ଗୀରର ଜଣେ କୁନି କ୍ରିକେଟ ପ୍ରଶଂସକ ଭାରତ ହାରିଯିବା ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଭାରତର ଏହି ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି କୁନି ପ୍ରଶଂସକ ଜଣକ । ଭାରତ ବିଶ୍ୱକପରୁ ବିଦାହେବା ପରେ କଇଁ କଇଁ କାନ୍ଦି ଉଠିଥିଲେ ।

ଭାଙ୍ଗିଲା ବଲାଙ୍ଗୀର କୁନି ଫ୍ୟାନଙ୍କ ମନ । ତୃତୀୟ ଶ୍ରେଣୀରେ ପଢ଼ୁଥିବା ପ୍ରତୀକ ଷଡ଼ଙ୍ଗୀ ଅତ୍ୟନ୍ତ ଭାବପ୍ରବଣ ହେବା ସହ ପରାଜୟକୁ ସହଜରେ ସ୍ୱୀକାର କରିପାରିନାହାନ୍ତି । ବିଶ୍ୱକପରୁ ବିଦା ହେବା ପରେ ଅତ୍ୟଧିକ ମର୍ମାହତ ହୋଇ କାନ୍ଦି ଉଠିଥିଲା । ଭାରତର ପରାଜୟ ପରେ ଖାଇବାକୁ ସିଧା ସିଧା ମନା ସେ କରିଦେଇଥିଲେ । ପାଠ ପଢ଼ିବିନି, ଖାଇବିନି ବୋଲି ଜିଦ୍ ଧରିଥିଲେ ପ୍ରତୀକ । ପରିବାର ଲୋକ ଯେତେ ବୁଝାଇଲେ ମଧ୍ୟ କୁନି ପ୍ରଶଂସକ ଜଣକ ବୁଝିନଥିଲେ । କାନ୍ଦି କାନ୍ଦି ସେ ବସିଥିବା ବିଛଣା ଉପରୁ ସବୁ ଜିନିଷ ତଳକୁ ଫୋପାଡି ଦେଇଥିଲେ । ପ୍ରତୀକ ଏମଏସ ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ । ଧୋନୀ ଏକ ଛକା ମାରିବା ପରେ ସେ ଉତ୍ସାହିତ ହୋଇପଡ଼ିଥିଲେ । ହେଲେ ପରରବର୍ତ୍ତୀ ସମୟରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧୮ରନରେ ହାରି ଯାଇଥିଲା । ଆଉ ଯେଉଁଥି ପାଇଁ ଧୋନୀଙ୍କୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବେ ବି ଆଉ ଧୋନୀ ଫିଲ୍ମ ଦେଖିବେ ନାହିଁ ବୋଲି କହିଛନ୍ତି ।

 

ଭାରତୀୟ ଖେଳାଳିଙ୍କ ସହ ଭଗବାନ ଜଗନ୍ନାଥଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି କୁନି ପ୍ରଶଂସକ ଜଣକ । ଜଗନ୍ନାଥ ମୋ କଥା ରଖିଲେନି । ଜଗନ୍ନାଥଙ୍କ ଉପରୁ ସବୁ ଭରସା ତୁଟିଗଲା । କହିଛନ୍ତି ଜଗନ୍ନାଥ ଜିତେଇଲେନି କି ତାଙ୍କ କଥା ଶୁଣିଲେନି ,ତେଣୁ ସେ ଜଗନ୍ନାଥଙ୍କୁ ଆଉ ତାଙ୍କ ସ୍ଥାନକୁ ନେବେନି । ଠାକୁର କାହାରି ବି ନୁହଁନ୍ତି । ଜଗନ୍ନାଥ ଠାକୁରଙ୍କୁ ଆଉ ପାଖରେ ରଖିବିନି ବୋଲି ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଛନ୍ତି ପ୍ରତୀକ । ପ୍ରତୀତ କହିଛନ୍ତି ମୁଁ ଯଦି ସେଠି ଖେଳିଥାନ୍ତି, ତେବେ ଚଉକା, ଛକା ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥାନ୍ତି ।