ଖରା ଦିନରେ ଖାଆନ୍ତୁ ଲିଚୁ : ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ

148

ଖରାଦିନେ ମିଳୁଥିବା ବିଭିନ୍ନ ଫଳ ଭିତରେ ଲିଚୁର ସ୍ୱତନ୍ତ୍ର ସ୍ଥାନ ରହିଛି ଏହା ଯେଭଳି ରସାଳ ଓ ମିଠା , ଶରୀର ପାଇଁ ସେହିଭଳି ଉପକାରୀ ମଧ୍ୟ । ଆଜମା ଭଳି ରୋଗରୁ ଉପଶମ ପାଇବା ପାଇଁ ଲିଚୁକୁ ବ୍ୟବହାର କରାଯାଉଛି । କାର୍ବୋହାଇଡ୍ରେଟ୍ , ଭିଟାମିନ୍ ଏ , ସି ଓ ବି କମ୍ପେ୍ଲକ୍ସରେ ଭରପୂର ଲିଚୁରେ ପଟାସିୟମ, କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଇରନ୍ ଭଳି ପୋଷକତତ୍ତ୍ୱ ମଧ୍ୟ ରହିଛି ।

୧ – ଲିଚୁ ବିଟା କ୍ୟାରୋଟିନରେ ଭରପୂର ହୋଇଥିବାରୁ ଏହାକୁ ଖାଇଲେ ଶରୀର ଉପରେ ତାହାର ଅନୁକୂଳ ପ୍ରଭାବ ପଡିଥାଏ । ଏହି କାରଣରୁ ହୃଦରୋଗ ହେବା ଆଶଙ୍କା ହ୍ରାସପାଏ ।

୨ – କ୍ୟାନସର କୋଷିକାଗୁଡିକର ବୃଦ୍ଧିକୁ ଲିଚୁ ରୋକିଥାଏ । ତେଣୁ ଏହାଦ୍ୱାରା କ୍ୟାନସର ହେବା ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।

୩ – ଲିଚୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଅନେକାଂଶରେ ମୁକ୍ତି ମିଳିଥାଏ । ଏହା ସହ ମେଦବହୁଳତା ଦୂର ନିମନ୍ତେ ଲୁଚିକୁ ଖାଦ୍ୟରେ ବ୍ୟବହାର କରାଯାଇପାରିବ ।

୪ – ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ ।