ବିପଦରେ ମାନବ ଜାତି! ଏକ ରିପୋର୍ଟ ଆଧାରରେ ଧ୍ୱଂସ ମୁହାଁ ହେଉଛି ଭାରତ! ପଢ଼ନ୍ତୁ ପୁରା ଖବର

158

ଗୋଟିଏ ପଟେ ସ୍ୱଚ୍ଛ ଭାରତର ଡିଣ୍ଡିମ ପିଟୁଛି ଭାରତ । ଅନ୍ୟପଟେ ଦିନକୁ ଦିନ ଭାରତର ପ୍ରମୂଖ ସହରରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ଦେଶର ପ୍ରମୂଖ ସ୍ମାର୍ଟ ସିଟି ବୋଲାଉଥିବା ସହରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO) ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ରେ ବିଶ୍ୱରେ ପ୍ରଦୂଷଣ କରୁଥିବା ୧୫ ପ୍ରମୂଖ ସହରକୁ ଚିହ୍ନଟ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ସେହି ପ୍ରଦୂଷଣ କରୁଥିବା ୧୫ ସହର ମଧ୍ୟରେ ଭାରତର ୧୪ଟି ଦେଶ ନାମ ଉଲ୍ଲେଖ ଅଛି । ଯାହାକୁ ନେଇ ଏବେ ଦେଶରେ ସ୍ମାର୍ଟ ସିଟି ଆଖ୍ୟା ପାଇଥିବା ବିଭିନ୍ନ ସହର ହରଡଘଣାରେ ପଡିଛି ।

ଦେଶର ପ୍ରମୂଖ ପ୍ରଦୂଷିତ ସହର:

ବିଶ୍ୱ ସଂଗଠନ ପକ୍ଷରୁ ଚଳିତ ବର୍ଷ ମେ ପ୍ରଥମ ସପ୍ତାହରେ ବିଶ୍ୱରେ ପ୍ରଦୂଷଣ କରୁଥିବା ସହରକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ରିପୋର୍ଟରେ କାନପୁର, ମୁମ୍ବାଇ, ଦିଲ୍ଲୀ, ପାଟନା, ଆଗ୍ରା,ମୁଜାଫାରପୁର, ଶ୍ରୀନଗର, ଗୁଡଗାଓଁ,ଜୟପୁର ପଟିଆଲା ଭଳି ୧୪ଟି ସହରରେ ପ୍ରଦୂଷଣର ମାତ୍ରା ଅଧିକ ଥିବା ରିପୋର୍ଟରେ ଦର୍ଶାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଦୂଷଣ ମାପକ ସ୍କେଲ୍ ପାର୍ଟିକ୍ୟୁଲେଟେଡ୍ ମାଟର (ପି.ଏମ)ରେ ସବୁଠାରୁ ପ୍ରଦୂଷିତ ସହର ଭାବେ ଭାରତର କାନପୁର କୁ ଦର୍ଶା ଯାଇଛି । କାନପୁର ପ୍ରଦୂଷଣ ମାତ୍ରା ୨.୫ ପିଏମ ଥିବାବେଳେ ଦେଶର ଅନ୍ୟାନ୍ୟ ସହର ମଧ୍ୟରେ -:

ଫରିଦାବାଦ–ଦ୍ୱିତୀୟ (୧୭୩ ମାଇକ୍ରେନ୍ସ) ପ୍ରତି କ୍ୟୁବିକ୍ ମିଟର

ବନାରସ–ତୃତୀୟ (୧୭୩ ମାଇକ୍ରେନ୍ସ) ପ୍ରତି କ୍ୟୁବିକ୍ ମିଟର

ମୁମ୍ବାଇ—ଚତୁର୍ଥ (୧୭୩ ମାଇକ୍ରେନ୍ସ) ପ୍ରତି କ୍ୟୁବିକ୍ ମିଟର

ଗୟା-ପଞ୍ଚମ (୧୭୩ ମାଇକ୍ରେନ୍ସ) ପ୍ରତି କ୍ୟୁବିକ୍ ମିଟର

ଦିଲ୍ଲୀ – ଷଷ୍ଠ (୧୭୩ ମାଇକ୍ରେନ୍ସ) ପ୍ରତି କ୍ୟୁବିକ୍ ମିଟର

ପାଟନା-ସପ୍ତମ (୧୫୬ ମାଇକ୍ରେନ୍ସ) ପ୍ରତି କ୍ୟୁବିକ୍ ମିଟର

ଆଗ୍ରା-ଅଷ୍ଟମ ( ୧୫୦ ମାଇକ୍ରୋନ୍ସ) ପ୍ରତି କ୍ୟୁବିକ୍ ମିଟର

ପଟିଆଲା– ନବମ (୧୪୭ ମାଇକ୍ରୋନ୍ସ) ପ୍ରତି କ୍ୟୁବିକ୍ ମିଟର

ଜୟପୁର- ଦଶମ ( ୧୪୫ ମାଇକ୍ରୋନ୍ସ) ପ୍ରତି କ୍ୟୁବିକ୍ ମିଟର

ପଟିଆଲା- ଏକାଦଶ (୧୪୫ ମାଇକ୍ରୋନ୍ସ) ପ୍ରତି କ୍ୟୁବିକ୍ ମିଟର

ଜୋଧପୁର-ଦ୍ୱାଦଶ( ୧୪୦ ମାଇକ୍ରୋନ୍ସ) ପ୍ରତି କ୍ୟୁବିକ୍ ମିଟର

ଶ୍ରୀନଗର- ତ୍ରୟୋଦଶ (୧୩୮ ମାଇକ୍ରୋନ୍ସ) ପ୍ରତି କ୍ୟୁବିକ୍ ମିଟର

ମୁଜାଫାରପୁର- ଚର୍ତୁଦଶ ( ୧୩୫ ମାଇକ୍ରୋନ୍ସ) ପ୍ରତି କ୍ୟୁବିକ୍ ମିଟର ପ୍ରଦୂଷଣ ମାତ୍ରା ରହିଛି ।

ତେବେ ସାଧାରତଃ ମଣିଷ ଶରୀର ୫୦-୭୦ ମାଇକ୍ରୋନ୍ସ) ପ୍ରତି କ୍ୟୁବିକ୍ ମିଟର ବୟୁ ପ୍ରଦୂଷଣକୁ ସହୟ କରିପାରିବାର କ୍ଷମତା ରହିଛି । କିନ୍ତୁ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ କହିବା ମୁତାବିକ ଯଦି ୯୦ ମାଇକ୍ରୋନ୍ସ ପ୍ରତି କ୍ୟୁବିକ୍ ମିଟର ବାୟୁ ପ୍ରଦୂଷଣ ହୁଏ ତେବେ ମାନବ ଶରୀରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ ।

କାହିଁକି ବିନାଶମୂଖୀ ହେଉଛି ଭାରତ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୨୦୧୦ ମସିହାରେ ହୋଇଥିବା ସର୍ଭେରେ ବିଶ୍ୱର ପ୍ରଦୂଷିତ ୧୫ ସହର ମଧ୍ୟରୁ ଭାରତର ମାତ୍ର ୨ଟି ସହର ଉଲ୍ଲେଖ ଥିଲା । ସେହିଭଳି ୨୦୧୫ ରିପୋର୍ଟରେ ୧୫ ସହର ମଧ୍ୟରେ ୬ଟି ସହର ଭାରତର ପ୍ରଦୂଷଣ କରୁଥିବା ସହର ହୋଇଥିବା ଜଣାପଡିଥିଲା । କିନ୍ତୁ ଚଳିତ ବର୍ଷ ରିପୋର୍ଟ ଆଧାରରେ କ୍ରମାଗତ ବୃଦ୍ଧି ହୋଇ ବିଶ୍ୱର ୧୫ ସହର ମଧ୍ୟରୁ ୧୪ ସହର ସର୍ବାଧିକ ପ୍ରଦୂଷଣ କରୁଥିବା ସାମ୍ନାକୁ ଆସିଛି । ଯେଉଁଥି ପାଇଁ ପ୍ରମୂଖ ସହରର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ପଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଭାରତକୁ ସ୍ୱଚ୍ଛ ନିର୍ମଳ ଓ ପରିଷ୍କାର ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ବିଭନ୍ନ ପ୍ରକାର ଯୋଜନା, ସ୍ୱଚ୍ଛ ଭାରତ ମିଶନ୍ ଭଳି ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ହେଲେ ଏହାସତ୍ତେ୍ୱ ଭାରତରେ ପ୍ରଦୂଷଣ ମାତ୍ରା ଏକ ପ୍ରକାର ଭାରତକୁ ବିନାଶ ପଥରେ ନେଇଚାଲୁଥିବା ପ୍ରମାଣିତ ହେଉଛି ।