ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅବକାରୀ ବିଭାଗର ଚଢାଉ : ୪ ହଜାର ପେଟି ଦେଶୀମଦ ଜବତ

31

କନକ ବ୍ୟୁରୋ : ପେଟି ପେଟି ମଦ ଜବତ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ଖରିନାସୀ ଗାଁରେ ଥିବା ଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗ ଚଢ଼ାଉ କରି ୪ହଜାରରୁ ଉର୍ଦ୍ଧ୍ୱ ମଦ ପେଟି ଜବତ କରିଛିି । ଦୋକାନର ସେଲ୍ସମ୍ୟାନ ସହ ୪ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।

ଡେରାବିଶ ବ୍ଲକର ତହସିଲଦାରଙ୍କ ସହିତ ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ମଦ ଜବତ କରିଛନ୍ତି । ସୂଚନା ଅନୁଯାୟୀ ଗତ କିଛି ଦିନ ସ୍ଥାନୀୟ ଅଂଚଳରେ ଦେଶୀ ମଦକୁ ବିରୋଧ କରାଯାଉଥିଲା । ଫଳରେ ଜିଲ୍ଲା ପ୍ରଶାସନ ସମେତ ଅବକାରୀ ବିଭାଗ ତତ୍ପରତା ଦେଖାଇଥିଲା । ଏହା ସହିତ ନିକଟରେ ଥିବା ଏକ କ୍ୟାବିନରୁ ମଧ୍ୟ ୧୮୬ ବୋତଲ ବିଦେଶି ଏବଂ ୨୪ ବୋତଲ ବିଅର ଜବତ  କରାଯାଇଛି  ।