ପୁଣି ହସିଲା ମଦଦୋକାନ ! ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ରାଜପଥ କଡରେ ବନ୍ଦ୍ ହୋଇଥିବା ମଦଦୋକାନ ପୁଣି ଖୋଲିଛି

44

କନକ ବ୍ୟୁରୋ : ପୁଣି ହସିଲା ମଦଦୋକାନ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ରାଜପଥ କଡରେ ବନ୍ଦ୍ ହୋଇଥିବା ମଦଦୋକାନ ପୁଣି ଖୋଲିଛି । ଓଡ଼ିଶାରେ ଜାତୀୟ ରାଜପଥର କିିଛି ଅଂଶକୁ ସହରାଂଚଳ ରାସ୍ତା ବୋଲି ଘୋଷଣା କରାଯିବା ପରେ ମଦ ଦୋକାନ ଖୋଲିଛି । ବନ୍ଦ୍ ହୋଇଥିବା ମଦ ଦୋକାନ ଭିତରୁ ୨୧୦ଟି ମଦ ଦୋକାନ ଖୋଲିଛି । ଆଉ ୩୦ଟି ମଦ ଦେକାନ ଖୋଲିବାକୁ ବାକି ଅଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅବକାରୀ ବିଭାଗର ସମୀକ୍ଷା ପରେ ଆଜି ଏହି ସୂଚନା ଦେଇଛନ୍ତି ଅବକାରୀ ସଚିବ ବୀର ବିକ୍ରମ ଯାଦବ ଓ ଅବକାରୀ କମିଶନର ପ୍ରଶାନ୍ତ କୁମାର ସେନାପତି । ବିମୁଦ୍ରାକରଣ ସତ୍ୱେ ମଦରୁ ରାଜସ୍ୱ ସଂଗ୍ରହ କମିନାହିଁ, ବରଂ ଗତ ବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ୬ ମାସରେ ରାଜସ୍ୱ ସଂଗ୍ରହ ପ୍ରାୟ ୧.୫ ପ୍ରତିଶତ ବଢ଼ିଛି । ରାଜ୍ୟରେ ୪,୨୭୪ଟି ମଦଦୋକାନ ଥିବା ବେଳେ ବର୍ତ୍ତମାନ ୩,୯୬୦ଟି ମଦ ଦୋକାନ ଚାଲୁଥିବା ଜଣାପଡ଼ିଛି ।