ମଦ ବିରୋଧରେ ଦମ୍ପତିଙ୍କ ୪୦୦ କି.ମି ପଦଯାତ୍ରା ! ବରଗଡରୁ ୨ ବର୍ଷର ଝିଅକୁ ଧରି ପହଂଚିଲେ ଭୁବନେଶ୍ୱରରେ

27

କନକ ବ୍ୟୁରୋ : ମଦ ବିରୋଧରେ ଦୁଇ ବର୍ଷର ଝିଅକୁ ନେଇ ବରଗଡରୁ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ଦମ୍ପତି । ୪୦୦ କିଲୋମିଟର ଚାଲିଚାଲି ଶିବାନୀ ଭୋସାଗର ଓ ତାଙ୍କ ସ୍ୱାମୀ ଗୈାରଚନ୍ଦ୍ର ଭୋସାଗର ପଂହଚିଛନ୍ତି ଭୁବନେଶ୍ୱରରେ । ନିଜ ପଂଚାୟତ ସମେତ ସମଗ୍ର ରାଜ୍ୟକୁ ମଦମୁକ୍ତ କରିବା ଦାବିରେ ଗତ ୧୪ ତାରିଖରୁ ବରଗଡ ଜିଲ୍ଲା ସଦର ବ୍ଲକ୍ ବେହେରା ଗାଁରୁ ବାହାରିଥିଲେ ଏହି ଦଳିତ ପରିବାର ।

ଆଜି ସକାଳୁ ସକାଳୁ ଏମାନେ ଭୁବନେଶ୍ୱରରେ ପଂହଚିଛନ୍ତି । ନିଶା ନିବାରଣ ଆଇନର ପ୍ରଣେତା ନବକୃଷ୍ଣ ଚୈାଧୁରୀଙ୍କ ଶ୍ରାଦ୍ଧ ଦିବସରେ ଏହି ଦମ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜ ଦାବି ଉପସ୍ଥାପନ କରିବା ଆଶାରେ ରାଜଧାନୀକୁ ଧାଇଁ ଆସିଛନ୍ତି । ବରଗଡର ଏହି ଦମ୍ପତିଙ୍କ ନିଶା ନିବାରଣ ଅଭିଯାନର ପଦଯାତ୍ରାରେ ରାସ୍ତାରୁ ସାମିଲ ହୋଇଛନ୍ତି ଅନେକ ଲୋକ ।