ଓଡିଶାରେ ଲିକୁଇଡ଼୍ ଗ୍ୟାଙ୍ଗ୍ ଆତଙ୍କ ! ଫେସବୁକରେ ଡଲାରର ଲୋଭ ଦେଖାଇ ଠକି ନେଲେ ୮୭ ଲକ୍ଷ, ୨ ଗିରଫ

164

କନକ ବ୍ୟୁରୋ : ଓଡିଶାରେ ବୁଲୁଛି ଲିକୁଇଡ୍ ଗ୍ୟାଙ୍ଗ୍ । ଫେସବୁକ୍ ଜରିଆରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କଳାରଙ୍ଗରେ ବୋଳା କାଗଜରେ ଲିକୁଇଡ୍ ଢାଳିଦେଲେ ନୋଟରେ ପରିବର୍ତ୍ତନ ହେଇଯାଇଛି। ଏମିତି କାରସାଦିରେ ଦେଢ଼ କୋଟି ଟଙ୍କା ଦେବାର ମିଥ୍ୟା ପ୍ରଲୋଭନ ଦେଖାଇ ବାରିପଦାର ଜଣେ ବ୍ୟକ୍ତିଙ୍କୁ ଠକିଦେଲେ ସୁଇଜରଲାଣ୍ତର ‘ଲିକୁଇଡ୍ ଗ୍ୟାଙ୍ଗ’ । ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ପାଖରୁ ପ୍ରାୟ ୮୭ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି କ୍ରାଇମବ୍ରାଂଚ ଦିଲ୍ଲୀରୁ ୨ ଜଣ ଠକଙ୍କୁ ଗିରଫ କରିଥିବା ଜଣାପଡିଛି ।

ସେମାନେ ହେଲେ ବିନୋଦ କୁମାର ସିଂହ ଓ ସଂଜୀବ କୁମାର । ଫେବୃଆରି ୧ ତାରିଖରେ ସେମାନଙ୍କୁ ଦିଲ୍ଲୀରେ ଗିରଫ କରିବା ପରେ ପଟିଆଲା ହାଉସ କୋର୍ଟରେ ହାଜର କରିବା ସହ ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଆଣିଛି ଓଡିଶା କ୍ରାଇମବ୍ରାଂଚ । ଗତବର୍ଷ ଡିସେମ୍ବର ୨୨ ତାରିଖରେ ବାରିପଦାରେ ତପନ କୁମାର ଦାସ ନାମକ ଜଣେ ବ୍ୟକ୍ତି ଫେସବୁକରେ ବନ୍ଧୁତା ପରେ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଥିଲେ ।