ଲିପଷ୍ଟିକର ରଙ୍ଗରୁ ଜାଣନ୍ତୁ ଝିଅଙ୍କ ହୃଦୟର କଥା !

172

ମୁହଁର ସୈାନ୍ଦର୍ଯ୍ୟରେ ଓଠର ଆକର୍ଷଣୀୟ ଭୂମିକା ରହିଥାଏ । ସାଧାରଣତଃ ଝିଅ ମାନଙ୍କର ଲିପଷ୍ଟିକ ପାଇଁ ଅହେତୁକ ଦୁର୍ବଳତା ରହିଥାଏ । ପ୍ରସାଧନ ସାମଗ୍ରୀରେ ଲିପଷ୍ଟିକର ଏକ ସ୍ୱତନ୍ତ୍ର ଭୂମିକା ରହି ଆସିଛି । ବଜାରରେ ବିଭିନ୍ନ ବ୍ରାଣ୍ଡର ଲିପଷ୍ଟିକ ଉପଲବଧ୍ ହୋଇଥାଏ ।

ଝିଅ ମାନେ ବ୍ୟବହାର କରୁଥିବା ପ୍ରସାଧନ ସାମଗ୍ରୀରେ ତାଙ୍କ ହୃଦୟର କଥା ମଧ୍ୟ ଲୁକାୟିତ ହୋଇ ରହିଥାଏ । ବିଶେଷକରି ଲିପଷ୍ଟିକର ରଙ୍ଗରୁ ଝିଅ ମାନଙ୍କର ହୃଦୟରେ କଣ ଚାଲିଛି ତାହା ବିଷୟରେ ଜାଣି ହୋଇଥାଏ ।

ଗାଢ ଲାଲ ରଙ୍ଗର ଲିପଷ୍ଟିକ୍ ଲଗାଉଥିବା ଝିଅ ମାନେ ନିଜେ ବହୁତ ଆତ୍ମନିର୍ଭରଶୀଳ ହୋଇଥାନ୍ତି । ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅ ମାନେ ସବୁବେଳେ ସମସ୍ତଙ୍କର କେନ୍ଦ୍ରବିନ୍ଦୁ ହୋଇ ରହିବାକୁ ପସନ୍ଦ କରିଥାନ୍ତି ।

ବାଇଗଣୀ ରଙ୍ଗର ଲିପଷ୍ଟିକ ଲଗାଉଥବା ଝିଅ ମାନେ କାଫି ବୋଲଡ୍ ଅଟନ୍ତି । ଏହି ଝିଅମାନେ ନିଜ ଉପରକୁ ସମସ୍ତଙ୍କ ଧ୍ୟନ ଆଣିବାରେ ମାହିର ଥାନ୍ତି । ଏହି ଲିପଷ୍ଟିକ ବ୍ୟବହାର କରୁଥିବା ଝିଅ ମାନଙ୍କୁ ଉଚ୍ଚ ସ୍ୱରର ସଙ୍ଗୀତ ଶୁଣିବାକୁ ଭଲ ଲାଗିଥାଏ ।

ଗୋଲାପୀ ରଙ୍ଗକୁ ଝିଅ ମାନଙ୍କର ପସନ୍ଦର ରଙ୍ଗ ଭାବରେ ଧରାଯାଏ । ଝିଅ ମାନଙ୍କ ମଧ୍ୟରେ ଗୋଲାପୀ ରଙ୍ଗର ଲିପଷ୍ଟିକର ସ୍ୱତନ୍ତ୍ର ଭୂମିକା ରହିଛି । ଏହି ରଙ୍ଗର ଲିପଷ୍ଟିକ୍ ଲଗାଉଥିବା ଝିଅ ମାନେ ବହୁତ ଶକ୍ତିଶାଳୀ ଭାବରେ ଯେ କୈାଣସି ପରିସ୍ଥିତିରେ ନିଜକୁ ଉପସ୍ଥାପିତ କରିଥାନ୍ତି । ଏହି ଝିଅ ମାନେ ଅସାଧାରଣ କାମ କରିବାକୁ ପସନ୍ଦ କରିଥାନ୍ତି ।

ଆଉ ଗୋଟିଏ ପରିଚିତ ଲିପଷ୍ଟିକର ରଙ୍ଗ ହେଲା ବେବି ପିଙ୍କ ରଙ୍ଗ । ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅମାନେ ବହୁତ ରୋମାଂଟିକ୍ ଅଟନ୍ତି, ଏବଂ ସେମାନେ କଳାକାର ସ୍ୱଭାବର ହୋଇଥାନ୍ତି ଏହି ରଙ୍ଗର ଲିପଷ୍ଟିକ ବ୍ୟବହାର କରୁଥିବା ଝିଅମାନେ ନିଜ ସ୍ୱଭାବରୁ ବହୁତ କୋମଳ ହୋଇଥାନ୍ତି ।